Odia News Portal

ବ୍ରଣ ସମସ୍ୟା ଅଛି କି ? କରନ୍ତୁ …

ସବୁ ବର୍ଗର ଲୋକମାନଙ୍କ ପାଇଁ ସେମାନଙ୍କ ତ୍ବଚା ବହୁତ ଗୁରୁତ୍ବ ବହନ କରିଥାଏ । ତ୍ବଚା ପାଇଁ ଲୋକେ ବହୁତ କିଛି ଉପାୟ ଆପଣାଇଥାନ୍ତି । ଆଜିକାଲି ପ୍ରାୟତଃ ଲୋକଙ୍କ ତ୍ବଚାରେ ବ୍ରଣ ହେବା କାରଣରୁ, ସେମାନେ ବହୁତ କିଛି ଦାମିକିଆ କ୍ରିମ୍ ,ଲୋସନ ଏବଂ ଓୗଷଧର ସାହାଯ୍ୟ ନେଉଥିବା ଦେଖିବାକୁ ମିଳୁଛି । ହେଲେ ଏମିତି କିଛି ପଦାର୍ଥ ଯାହା ଅତି କମ୍ ଦାମ୍ ହୋଇଥିବାବେଳେ ଏହା ତ୍ବଚାରୁ ବ୍ରଣ ଦାଉରୁ ରକ୍ଷା କରିବାରେ ବିଶେଷ କାର୍ୟ୍ୟକାରୀ ହୋଇଥାଏ ।
ଅଲିଭ୍ ଅଏଲ୍:
ଅଲିଭ୍ ଅଏଲ୍, କିମ୍ବା ଏହାର ଲୋସନ ତ୍ବଚାର ଛିଦ୍ରକୁ ଅତି ସହଜରେ ପ୍ରବେଶ କରିଥାଏ । ଯାହାଫଳରେ ତ୍ବଚା ମଧ୍ୟରେ ପବନ ପ୍ରବେଶ କରିଥାଏ । ଯେଉଁଥିପାଇଁ ବ୍ରଣ ହେବାକୁ ଏହା ଅଟକାଇବାରେ ବିଶେଷ ସହାୟ ହୋଇଥାଏ ।
ଲେମ୍ବୁ:
ଲେମ୍ବୁ ରସ ଏସିଡିଟିକୁ ବାହାର କରିବା ସହ ସାଇଟ୍ରିକ୍ ଏସିଡି ଦ୍ବାରା ଯକୃତକୁ ସଫା କରିଥାଏ, ଏବଂ ରକ୍ତରୁ ବିଷାକ୍ତ ପଦାର୍ଥକୁ ସମୁଳେ ବିନାସ କରିବା ପାଇଁ ଏନଜାଇମର ନିର୍ମାଣ କରିବାରେ ସାହାର୍ୟ୍ୟ କରିଥାଏ । ଏହା ତ୍ବଚାର ଛିଦ୍ର ପାଇଁ ବହୁତ ଭଲ କାମ କରିଥାଏ ଏବଂ ତ୍ବଚାରେ ଚମକ ଆଣିଥାଏ ।
ତରଭୁଜ:
ତରଭୁଜ ତ୍ବଚାରେ ବ୍ରଣକୁ ହଟାଇବା ପାଇଁ ବେଶ୍ ଉପଯୋଗୀ ଅଟେ । ଏଥିରେ ଭିଟାମିନ୍ ଏ, ବି ଏବଂ ସି ଭରପୁର ମାତ୍ରାରେ ରହିଥାଏ ଯାହା ତ୍ବଚା ପାଇଁ ବିଶେଷ ସାହାଯ୍ୟକାରୀ ହେବା ସହ ତ୍ବଚାରେ ଚମକାଇଥାଏ । ଏହା ବ୍ରଣରୁ ବ୍ୟାକ୍ଟେରିଆକୁ ନଷ୍ଟ କରିବା ସହ ଦାଗ ଦୂର କରିଥାଏ ।
କ୍ଷୀରଜାତୀୟ ଖାଦ୍ୟ :
ଏକ ସନ୍ତୁଳିତ ଆହାର ଖାଇବା ଦ୍ବାରା ତ୍ବଚା ସୁସ୍ଥ ଏବଂ ଭଲ ରହିଥାଏ । କ୍ଷୀର ଜାତୀୟ ଖାଦ୍ୟରେ ଭିଟାମିନ୍ ଏ ରହିଥାଏ, ଯାହା ସୁସ୍ଥ ତ୍ବଚା ପାଇଁ ବିଶେଷ ଲାଭଦାୟକ ପ୍ରମାଣିତ ହୋଇଥାଏ ।
ଷ୍ଟ୍ରବେରୀ:
ଷ୍ଟ୍ରବେରୀରେ ଭିଟାମିନ୍ ବି, ଆଣ୍ଟିଅକ୍ସିଡେଣ୍ଟ ଏବଂ ପାଇବର ଭରପୂର ହୋଇ ରହିଛି । ଏହି ଫାଇଟୋକେମିକାଲସ୍ ତ୍ବଚା ପାଇଁ ସୁରକ୍ଷିତ ଅଟେ ।
ଦହି:
ଦହିରେ ଆଣ୍ଟିଫଙ୍ଗଲ ଏବଂ ଜୀବାଣୁ ବିରୋଧୀ ଗୁଣ ରହିଛି, ଯାହା ତ୍ବଚାକୁ ସଫା କରିବା ସହ ବ୍ରଣରୁ ରକ୍ଷା କରିଥାଏ ଏବଂ ଦାଗ ଦୂର କରିଥାଏ ।
ସେଲୋନିୟମ୍ ନଟ୍:
ଗହମ ଇଦ୍ୟାଦିକୁ ଏହା ତିଆରି ହୋଇଥାଏ । କିଛି ଅଧ୍ୟୟନକୁ ଏହା ଜାଣିବାକୁ ମିଳିଛି କି ଏହି ସେଲୋନିୟମ୍ ସ୍ତର ଅଧିକ ହେବା ଦ୍ବାରା ସୂର୍ୟ୍ୟାଲୋକରୁ ତ୍ବଚାକୁ କମ୍ ପ୍ରଭାବ ମିଳିଥାଏ । ଯାହା ଫଳରେ ତ୍ବଚାକୁ କୌଣସି କ୍ଷତି ପହଁଞ୍ଚିନଥାଏ ।
ସେଓ:
ସେଓରେ ବହୁତ ସାରା ପ୍ରୋଟିନ୍ ରହିଛି ଏବଂ ଏହା ବ୍ରଣର ଶତ୍ରୁ ଅଟେ । ତ୍ବଚା ପାଇଁ ସେଓ ଖାଇବା ଜରୁରୀ । କାରଣ ପ୍ରୋଟିନ୍ ସୁସ୍ଥ ତ୍ବଚା ପାଇଁ ବହୁତ ଦରକାରୀ ଅଟେ ।
ପାଣି:
ପାଣି ଆପଣଙ୍କ ଶରୀରରେ ପୋଷଣ ଆଉ ଅକ୍ସିଜେନ୍ ରଖିଥାଏ । ତ୍ବଚାକୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିବା ସହ ବିଶେଷ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ । ତେଣୁ ଠିକ୍ ପରିମାଣରେ ପାଣି ପିଇବା ଆବଶ୍ୟକ ଅଟେ ।