Odia News Portal

ଅତ୍ୟଧିକ ମୁହଁ ଧୋଇଲେ ହୋଇଥାଏ ଏସବୁ କ୍ଷତି

ବାରମ୍ବାର ମୁହଁ ସଫା କରିବା ଦ୍ୱାରା ଚର୍ମରେ ଥିବା ପ୍ରାକୃତିକ ଆର୍ଦ୍ରତା କମିଯାଏ, ଚର୍ମରେ ଥିବା ସେବମ୍ ମଧ୍ୟ କମି ହୋଇଥାଏ ।

ଯଦି ଆପଣ ମୁହଁକୁ ବାରମ୍ବାର ଧୋଉଛନ୍ତି ବା ଦୀର୍ଘ ସମୟ ଧରି ସ୍କ୍ରବ କରୁଛନ୍ତି ତାହାଲେ ଏପରି କରନ୍ତୁ ନାହିଁ । ଏପରି କରିବା ଦ୍ବାରା ଆପଣଙ୍କ ମୁହଁର କୋମଳତା କମିବା ସହ ଚର୍ମ ଟାଣ ହେବାକୁ ଲାଗିଥାଏ ।

ମୁହଁକୁ ବାରମ୍ବାର ଧୋଇବା ଦ୍ୱାରା ଚର୍ମ କୋଷଗୁଡି଼କ ପ୍ରଭାବିତ ହୋଇଥାଏ ଫଳରେ ଡ୍ରାଏନେସ ବଢିବା ସହ ଚେହେରାର ପ୍ରାକୃତିକ ତେଲ ମଧ୍ୟ କମ୍ ହୋଇଥାଏ ।

ଗୋଟିଏ ଦିନରେ ପ୍ରାୟ ଦୁଇଥର ମୁହଁ ଧୋଇବା ଉଚିତ୍ । ଏହା କରିବା ଦ୍ବାରା ଚେହେରାରେ ଚମକ ବଜାଇ ରହିଥାଏ । ପଏଚ ଲେବୁଲ( PH) ପ୍ରଭାବିତ ହୋଇନଥାଏ । ସକାଳୁ ଶୋଇକି ଉଠିବା ପରେ ମୁହଁ ଧୋଇ ଦିଅନ୍ତୁ ଓ ଏହାପରେ ଶୋଇବା ପୂର୍ବରୁ ଆଉଥରେ ମୁହଁ ଧୋଇକି ଶୁଅନ୍ତୁ ।