Odia News Portal

ଜାଣନ୍ତୁ କେଉଁ ସମୟରେ ଫଳ ଖାଇବା ଉଚିତ୍?

ଭୁବନେଶ୍ୱର: ସାଧାରଣତଃ ଫଳ ଖାଇବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି । କେବଳ ସ୍ୱାଦ ପାଇଁ ତାହା ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପଯୋଗୀ । କିଛି ଲୋକ ଖାଦ୍ୟ ଖାଇବା ପୂର୍ବରୁ ଫଳ ସେବନ କରୁଥିବା ବେଳେ ଆଉ କିଛି ଲୋକ ଖାଦ୍ୟ ଖାଇବା ପରେ ସେବନ କରିଥାନ୍ତି । କିନ୍ତୁ ଫଳ କିଭଳି ଖାଇବା ଉଚିତ୍? ଫଳ ଖାଇବାର ସଠିକ୍ ସମୟ ଏବଂ ଉପାୟ କଣ? ଯଦି ଏ ବିଷୟରେ ଆପଣ ଜାଣିଯିବେ ତେବେ ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟକୁ ଦୁଇଗୁଣା ଫାଇଦା ହେବ । ତେବେ ଆସନ୍ତୁ ଜାଣିବା ଫଳ ଖାଇବାକୁ ନେଇ ନ୍ୟୁଟ୍ରିଶିୟନିଷ୍ଟଙ୍କ ମତ କଣ ରହିଛି ।

ଅବଶ୍ୟ ଫଳ ଖାଇବାର ସବୁଠାରୁ ଭଲ ସମୟ କେଉଁଟା ତାର ସଠିକ ଯବାବ ମିଳିବା ସମ୍ଭବ ନୁହେଁ । କାରଣ ପ୍ରତ୍ୟେକ ବ୍ୟକ୍ତିଙ୍କ ଡାଏଟ ଏବଂ ଖାଦ୍ୟ ପାଟର୍ନ ଭିନ୍ନ ଥାଏ । ଜଣେ ବ୍ୟକ୍ତି ସକାଳୁ ପ୍ରଥମେ ଫଳ ଖାଇବ ବା ଖାଦ୍ୟ ଖାଇବା ପରେ ଫଳ ଖାଇବ ସେ ତାର ବ୍ୟକ୍ତିଗତ ପସନ୍ଦ । କିନ୍ତୁ ଯଦି ଆପଣ ଆପଣଙ୍କ ଓଜନ କମ କରିବାକୁ ଚାହୁଁଛନ୍ତି ବା ଆପଣ ମଧୁମେହ ରୋଗୀ ତେବେ ଆପଣଙ୍କୁ ଫଳ ଖାଇବାର ସମୟ ଉପରେ ଧ୍ୟାନ ରଖିବା ଉଚିତ୍ ।

ନ୍ୟୁଟ୍ରିଶିୟନିଷ୍ଟଙ୍କ ମୁତାବକ, ଫଳ ଖାଇବାର ଏକ ଭଲ ସମୟ ଷ୍ଟାଣ୍ଡଆଲୋନ ସ୍ନାକ ଭଳି । ଏହା ଆପଣଙ୍କୁ ଫାଇବର ଏବଂ ଆଣ୍ଟିଅକ୍ସିଡେଣ୍ଟ ଯୋଗାଇବ । ଯାହା ଆପଣଙ୍କ ମେନ୍ ମିଲ୍ ପୂର୍ବରୁ ହେଉଥିବା ହଙ୍ଗର ପ୍ୟାଙ୍ଗ୍ସ ରୁ ଆଶ୍ୱସ୍ତି କରିବ । ଏଥିପାଇଁ ଆପଣଙ୍କ ପେଟ ଭରା ଭରା ଲାଗିବ ଏବଂ କୌଣସି ସମସ୍ୟା ହେବ ନାହିଁ । ସକାଳ ସମୟରେ ବା ଦିନର ପ୍ରଥମ ମିଲ୍ ରୁପେ ଫଳ ସେବନ କରିବା ଭଲ ।ଏହା ସଠିକ ସମୟ । ଏହାଦ୍ୱାରା ପାଚନ ବଢାଇବାରେ ମଧ୍ୟ ସହାୟକ ମିଳିଥାଏ ।