ଝିଅମାନଙ୍କୁ ପୁରୁଷ ମାନଙ୍କର ଜୀବନଶୈଳୀ ବହୁତ ପସନ୍ଦ ଥାଏ। କିନ୍ତୁ ପୁରୁଷମାନେ ନିଜର ପର୍ସନାଲିଟୀକୁ ନେଇ ସେତିକି ଯତ୍ନଶୀଳ ନଥାନ୍ତି ଯେତିକି ମହିଳାମାନେ ଥାଆନ୍ତି। ପରିଚୟ କରିବା ପାଇଁ କାମ ସହିତ ବେଶଭୂଷା ମଧ୍ୟ ବହୁତ ଗୁରୁତ୍ବ ରଖିଥାଏ। ଡ୍ରେସିଙ୍ଗ୍ ଷ୍ଟାଇଲରେ ଟିକେ ବି ଅବହେଳା ଆପଣଙ୍କ ପର୍ସନାଲିଟୀକୁ ଖରାପ କରିପାରେ।
-ଯେତେବେଳେ ବି ଘରୁ ବାହାରୁଛନ୍ତି ଏହା ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ସାର୍ଟର କଲର୍ ଲୋଚାକୁଚା ହୋଇନଥାଏ। କଲର ଲୋଚାକୋଚା ହେଲେ ଏହା ଆପଣଙ୍କ ବ୍ୟକ୍ତିତ୍ବ ଉପରେ ଖରାପ ପ୍ରଭାବ ପକାଇଥାଏ।
-ଜିନ୍ସ ସହିତ ପିନ୍ଧିବା ପାଇଁ ଆପଣଙ୍କ ପାଖରେ ଅଲଗା ଅଲଗା ଡିଜାଇନର ବ୍ଲେଜର
ଥିବା ଆବଶ୍ୟକ। ଏହା ଦେଖିବା ପାଇଁ ଅଧିକ ଷ୍ଟାଇଲିସ ଲାଗିଥାଏ।
ଯଦି ଆପଣ ଦାଢ଼ି ରଖିବାକୁ ପସନ୍ଦ କରୁଥାନ୍ତି କିମ୍ବା ଫ୍ରେଞ୍ଚ ଦାଢ଼ି ରଖିଥାନ୍ତି,ତେବେ ନିୟମିତ ଭାବରେ ଏହାକୁ ସେଟ କରନ୍ତୁ।
-ଯେତେବେଳେ ବି ଆପଣ ଘରୁ କେଉଁଠିକୁ ବାହାରକୁ ଯାଉଛନ୍ତି, ତେବେ ନିଜର କାନର ପଛ ଭାଗରେ କିମ୍ବା କହୁଣୀରେ ଷ୍ପ୍ରେ କରନ୍ତୁ।
-ପରଫ୍ୟୁମ ଲଗାଇବାରେ ଏକ ଉପାୟ ରହିଛି। ଏହା ପାଇଁ ସର୍ବପ୍ରଥମେ ଆପଣଙ୍କ ହାତକୁ ସିଧା ରଖନ୍ତୁ। ଏହାପରେ ନିଜର ଛାତିରେ ପରଫ୍ୟୁମ ଲଗାନ୍ତୁ। ଏହି ଭଳି ଭାବେ ପରଫ୍ୟୁମ ବ୍ୟବହାର କଲେ ଏହାର ଗନ୍ଧ ବେଶି ସମୟ ଯାଏଁ ରହିଥାଏ।
Sign in
Sign in
Recover your password.
A password will be e-mailed to you.
