Odia News Portal

ଜାଣନ୍ତୁ କଞ୍ଚାଲଙ୍କା ଖାଇଲେ କଣ ଫାଇଦା ମିଳେ

ଭୁବନେଶ୍ୱର: ପର ରୁଚି ଫେସନ, ଆପେ ରୁଚି ଭୋଜନ । ସମସ୍ତଙ୍କୁ ସବୁ ଜିନିଷ ଭଲ ଲାଗେନି । ରାଗ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରନ୍ତି ନାହିଁ । ତଥାପି ଅନେକ ଲୋକ ଖାଦ୍ୟରେ କଞ୍ଚାଲଙ୍କା ବ୍ୟବହାର କରିଥାନ୍ତି । କଞ୍ଚାଲଙ୍କାରେ ବିଭିନ୍ନ ପ୍ରକାରର ପୋଷକ ତତ୍ୱ ଯଥା ଭିଟାମିନ୍ ଏ, ବି୬, ସି, ଆୟରନ, କପର, ପୋଟାସିୟମ, ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ ଭରପୁର ମାତ୍ରାରେ ରହିଥାଏ । କେବଳ ଏତିକି ନୁହେଁ ଏଥିରେ ବିଟା କ୍ୟାରୋଟିନ୍, କ୍ରିପ୍ଟୋକ୍ସାନ୍ଥିନ, ଲୁଟେନ-ଜକ୍ସାନ୍ଥିନ ଅନେକ ସ୍ୱାସ୍ଥ୍ୟବର୍ଦ୍ଧକ ଜିନିଷ ରହିଛି ।

ସାଧାରଣତଃ ଖାଦ୍ୟା ସ୍ୱାଦ ବଢାଇବା ପାଇଁ କଞ୍ଚାଲଙ୍କାର ବ୍ୟବହାର କରାଯାଇଥାଏ । କିନ୍ତୁ ନିକଟରେ ହୋଇଥିବା ରିସର୍ଚ୍ଚରେ ଦାବି କରାଯାଇଛି କି, କଞ୍ଚାଲଙ୍କା ସେବନ ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଛୁଟକାରା ମିଳିପାରେ ।
– କଞ୍ଚାଲଙ୍କାରେ ପର୍ୟ୍ୟାପ୍ତ ପରିମାଣରେ ଭିଟାମିନ ସି ରହିଛି । ଶରୀରରେ ଥିବା ଅନ୍ୟ ଭିଟାମିନ୍ ଶୋଷିବାରେ ଭିଟାମିନ୍ ସି ବହୁତ ସାହାଯ୍ୟ କରେ ।
– ଆଣ୍ଟିଅକ୍ସିଡେଣ୍ଟର ଏକ ଭଲ ମାଧ୍ୟମ ହେଉଛି କଞ୍ଚାଲଙ୍କା । କଞ୍ଚାଲଙ୍କାରେ ଡାଇଟ୍ରି ଫାଇବର୍ସ ପ୍ରଚୁର ପରିମାଣର ରହିଥାଏ । ଯାହାଦ୍ୱାରା ପାଚନ କ୍ରିୟା ସୁଚାରୁ ହୋଇଥାଏ ।
– ଭିଟାମିନ୍ ଏ ରେ ଭରପୁର କଞ୍ଚାଲଙ୍କା ଆଖି ଏବଂ ତ୍ୱଚା ପାଇଁ ଉପଯୋଗୀ ହୋଇଥାଏ ।
– ନିକଟରେ ହୋଇଥିବା ନୂତନ ଷ୍ଟଡିଜ୍ ଅନୁସାରେ , ବ୍ଲଡସୁଗାରକୁ କମ କରିବାରେ ସହାୟକ ହୋଇଥାଏ କଞ୍ଚାଲଙ୍କା ।
– ମସ୍ତିଷ୍କରେ ଏଡୋର୍ଫିନର ସଂଚାର କରିଥାଏ କଞ୍ଚାଲଙ୍କା ।