Odia News Portal

ମକା ଖାଇ ପାଣି ପିଉଛନ୍ତି କି? ସାବଧାନ

ବର୍ଷା ପାଗକୁ ଗରମ ଗରମ ମକାରେ ଲେମ୍ବୁ ପକାଇ ଖାଇବାର ମଜା ଥାଏ ଅଲଗା। ଏହାକୁ ଖାଇବା ପରେ ପ୍ରଚୁର ଶୋଷ ହୋଇଥାଏ। କିଛି ନଜାଣି ନ ଶୁଣି ଲୋକମାନେ ସଙ୍ଗେ ସଙ୍ଗେ ପାଣି ପିଇଥାନ୍ତି। କିନ୍ତୁ ଏହି ଅଭ୍ୟାସ ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ବିଶେଷଜ୍ଞଙ୍କ ଅନୁସାରେ, ମକା ଖାଇବା ପରେ ପାଣି ପିଇଲେ ପେଟ ଫୁଲିବା ସମସ୍ୟା ଦେଖାଦେଇଥାଏ। ତା’ସହ ପାଚନତନ୍ତ୍ର ଦୁର୍ବଳ ହୋଇଥାଏ। ମକା ଦାନାରେ ଷ୍ଟାର୍ଚ ଭରପୂର୍ ଥାଏ। ଯେତେବେଳେ ଏହା ସହ ପାଣି ମିଶିଥାଏ, ପେଟରେ ଗ୍ୟାସ୍ ସୃଷ୍ଟି ହୁଏ। ଏହାଦ୍ୱାରା ପେଟ ଯନ୍ତ୍ରଣା, ଏସିଡିଟି ଏବଂ ଅନେକ ଗମ୍ଭୀର ସମସ୍ୟା ଦେଖାଦେଇଥାଏ। ଯଦି ଶୋଷ ଲାଗୁଥାଏ, ତେବେ ମକା ଖାଇବାର ଅତିକମ୍ରେ ଅଧଘଣ୍ଟା ପରେ ପାଣି ପିଇବା ଉଚିତ।