Odia News Portal

ଘରେ କୁକୁର ବିଲେଇ ପାଳିଲେ ଏହି ରୋଗର ଶିକାର ହେବେ

ଅଧିକାଂଶ ଲୋକ କୁକୁର ବିଲେଇ ପାଳିବାକୁ ଭଲ ପାଆନ୍ତି। କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏକ ଗବେଷଣା ଦ୍ବାରା ଜଣା ପଡିଛି ଯେ, “ପେଟ୍ ବା ପୋଷା ଜନ୍ତୁ” ରଖୁଥିବା ଲୋକେ ଅନ୍ତ ନଳୀ ଜଡିତ ଇରିଟେବଲ୍ ବାଉଲ ସିଣ୍ଡ୍ରୋମ ନାମକ ଏକ ରୋଗର ଶିକାର ହୁଅନ୍ତି। ଏହି ରୋଗ ହେଲେ ମଣିଷ ପେଟ କଟା ଭଳି ସମସ୍ୟାର ସାମ୍ନା କରିଥାଏ।

ଆମେରିକାର ଇଷ୍ଟ ଟେନେସି ଷ୍ଟେଟ୍ ୟୁନିଭର୍ସିଟି ରିସର୍ଚ୍ଚ ଦ୍ବାରା ୨,୮୮୩ ରୋଗୀଙ୍କ ମେଡିକାଲ ରେକର୍ଡ ଷ୍ଟଡି କରିବା ପରେ ଏହି ବିଶେଷ ତଥ୍ୟ ସାମ୍ନକୁ ଆସିଛି । ସର୍ଭେ ଅନୁସାରେ କୁକୁର ବା ବିଲେଇଙ୍କର କିଛି ଯାଗାକୁ ଛୁଇଁଲେ ମଣିଷ ପେଟରେ ଅନେକ ରୋଗ ହୋଇଥାଏ। ସେମାନଙ୍କ ଚମଡାରେ ଏମିତି ଏକ ବ୍ୟାକ୍ଟେରିଆ ଥାଏ ଯାହା କେବଳ ଛୁଇଁଲେ ନୁହଁ ନିଃଶ୍ବାସ ନେବା ସମୟରେ ମଧ୍ୟ ମଣିଷଙ୍କ ଶରୀରକୁ ପ୍ରବେଶ କରିଥାଏ। ଏହି ବ୍ୟାକ୍ଟେରିଆ ମଣିଷଙ୍କ ପାଚନପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଫଳରେ ଇରିଟେବଲ୍ ବାଉଲ ସିଣ୍ଡ୍ରୋମର ସମସ୍ୟା ବଢିପାରେ।