Odia News Portal

ବିନା ପରିଶ୍ରମରେ ନିଶ୍ବାସ ନେବାରେ କଷ୍ଟ ହେଉଛି କି? ତେବେ ସାବଧାନ୍ …

ଶରୀରରେ କୋଷିକା ଏବଂ ହରମୋନ୍ ତିଆରି ପାଇଁ ଜରୁରୀ ହୋଇଥାଏ କୋଲେଷ୍ଟ୍ରଲ୍ । ସୁସ୍ଥ ରହିବା ପାଇଁ ଏକ ନିଶ୍ଚିତ ସ୍ତରର କୋଲେଷ୍ଟ୍ରଲ ଶରୀରରେ ରହିବା ଆବଶ୍ୟକ । ୨୦ ବର୍ଷ ବୟସ ପରେ କୋଲେଷ୍ଟ୍ରଲର ସ୍ତର ବଢିଥାଏ । ପୁରୁଷଙ୍କ ତୁଳନାରେ ମହିଳାଙ୍କ କୋଲେଷ୍ଟ୍ରଲ୍ ସ୍ତର ଅଧିକ ରହିଥାଏ । କିନ୍ତୁ କୋଲେଷ୍ଟ୍ରଲର ସ୍ତର ବଢିବା ଦ୍ବାରା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବା ଆରମ୍ଭ ହୋଇଥାଏ । ଯାହା ଫଳରେ ଷ୍ଟ୍ରୋକ୍ସ, ହାର୍ଟ ଆଟାକ୍ ଏବଂ ହୃଦ ଜନିତ ବିଭିନ୍ନ ରୋଗ ହୋଇଥାଏ । ଯେତେବେଳେ ଆମ ଶରୀରରେ ଖରାପ କୋଲେଷ୍ଟ୍ରଲର ପରିମାଣ ଅଧିକ ହୋଇଥାଏ ସେତେବେଳେ କିଛି ସଙ୍କେତ ଦେଇଥାଏ ଆମ ଶରୀର । ଯାହାକୁ ଆମେ ଜାଣିବା ନିହାତି ଜରୁରୀ ।
ରକ୍ତରେ କୋଲେଷ୍ଟ୍ରଲର ସ୍ତର ୩.୬ ମିଲିମୋଲ୍ସ ପ୍ରତି ଲିଟରରୁ ୭.୮ ମିଲିମୋଲ୍ସ ପ୍ରତି ଲିଟର ମଧ୍ୟରେ ରହିଥାଏ । ୬ ମିଲିମୋଲ୍ସ ପ୍ରତି ଲିଟର କୋଲେଷ୍ଟ୍ରଲକୁ ଉଚ୍ଚ ଶ୍ରେଣୀରେ ରଖାଯାଇଥାଏ । ଆଉ ଏପରି ହେବା ଦ୍ବାରା ଧମନି ସହ ଜଡିତ ରୋଗର ରିସ୍କ ବଢିଯାଇଥାଏ । ୭.୮ ମିଲିମୋଲ୍ସ ପ୍ରତି ଲିଟରରୁ ଅଧିକ କୋଲେଷ୍ଟ୍ରଲକୁ ବହୁତ ଉଚ୍ଚ ସ୍ତରର ବୋଲି କୁହାଯାଏ ।
ଯେତେବେଳେ କୋଲେଷ୍ଟ୍ରଲ ମାତ୍ରା ଅଧିକ ହୋଇଯାଏ ସେତେବେଳେ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ପର୍ୟ୍ୟନ୍ତ ଅକ୍ସିଜେନ୍ ଯୁକ୍ତ ରକ୍ତ ପହଂଚିପାରିନଥାଏ । ଯାହା ଫଳରେ ହାତ ଗୋଡ ଝିମ୍ ଝିମ୍ ହୋଇଯାଏ । ଯଦି ଆପଣଙ୍କ ସହ ଏମିତି କିଛି ହେଉଛି ତେବେ ତୁରନ୍ତ ଟେଷ୍ଟ କରନ୍ତୁ ।
ଯଦି ଆପଣଙ୍କର ଅନେକ ସମୟରେ ମୁଣ୍ଡ ବିନ୍ଧୁଛି କିମ୍ବା ହଠାତ୍ ମୁଣ୍ଡ ହଲକା ହୋଇଯାଉଛି ତେବେ ଜାଣନ୍ତୁ ଆପଣ ଏହାର ଶିକାର । ମୁଣ୍ଡରେ କୋଲେଷ୍ଟ୍ରଲ୍ ଅଧିକ ହୋଇଗଲେ ଶିରା ପ୍ରଶିରାକୁ ରକ୍ତ ପହଂଚିପାରିନଥାଏ । ଯାହା ଫଳରେ ମୁଣ୍ଡ ବିନ୍ଧା ସହ ଅନ୍ୟାନ୍ୟ ସମସ୍ୟା ହୋଇଥାଏ ।
ବିନା କୌଣସି ପରିଶ୍ରମରେ ଆପଣଙ୍କୁ ନିଶ୍ବାସ ନେବାରେ କଷ୍ଟ ହେଉଛି । ତେବେ ଏହା କୋଲେଷ୍ଟ୍ରଲ୍ ବଢିବାର ଲକ୍ଷଣ ହୋଇପାରେ । ତେଣୁ ତୁରନ୍ତ ଟେଷ୍ଟ କରନ୍ତୁ ।
କୋଲେଷ୍ଟ୍ରଲ୍ ବଢିଲେ ମୁଖ୍ୟ ରୂପରେ ହୃଦ୍ ଜନିତ ସମସ୍ୟା କିମ୍ବା ଷ୍ଟ୍ରୋକର ବିପଦ ବଢିଥାଏ । ସେଥିପାଇଁ ଯଦି ଆପଣଙ୍କର ଛାତିରେ କଷ୍ଟ ଅନୁଭବ ହେଉଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ହୋଇପାରେ ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲର ସ୍ତର ବଢିଯାଇଛି ।