Odia News Portal

ହାର୍ଟ ଆଟାକରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ଦିନକୁ ଦିନ ହୃଦ୍‌ଘାତ ଜନିତ ରୋଗ ବଢିବାରେ ଲାଗିଛି । ଏମିତିକି ଏହା କେବଳ ବୟସ୍କ ନୁହେଁ ଯୁବ ଗୋଷ୍ଠିର ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି । ହୃଦଘାତ ଜନିତ ରୋଗ ଏବେ ସବୁଠାରୁ ବଡ ସମସ୍ୟା ସାଜିଛି ସବୁ ବର୍ଗର ଲୋକଙ୍କ ପାଇଁ । ତେବେ ଏହି ହାର୍ଟ ଜନିତ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ମେଡିସିନ ଖାଇବା ସହିତ ଅନେକ ପ୍ରକାର ପଦ୍ଧତି ଆପଣାଉଛନ୍ତି କିନ୍ତୁ ଏହା ପରେ ବି ମୁକ୍ତି ମିଳୁନି ହାର୍ଟ ଜନିତ ରୋଗରୁ । ତେଣୁ ଏମିତି କିଛି ଏକ୍ସରସାଇଜ ଓ ଯୋଗ ରହିଛି । ଯାହା କରିବା ଦ୍ୱାରା ସୁସ୍ଥ ରହିବ ଆପଣଙ୍କ ହାର୍ଟ । ଏମିତିକି କିଛି ଡାକ୍ତର ମେଡିସିନ ଅପେକ୍ଷା ହାର୍ଟ ରୋଗୀଙ୍କୁ ସନ୍ତୁଳିତ ଖାଦ୍ୟପେୟ ସହିତ ଏକ୍ସରସାଇଜ ଓ ଯୋଗ କରିବା ପାଇଁ ପରାମର୍ଶ ଦେଇଥାଆନ୍ତି । କାହିଁକିନା ବ୍ୟାୟାମ ଓ ଯୋଗ ହାର୍ଟ ରୋଗୀଙ୍କ ପାଇଁ ମେଡିସିନ ପରି କାମ କରିଥାଏ ।

ଆପଣ ଜାଣିଥିବେ ଡାନ୍ସ କରିବା ଦ୍ୱାରା ବଡି ଫ୍ଲେକ୍ସିବୁଲ ରହିଥାଏ । ଏମିତିକି ଅନେକ ରୋଗ ମଧ୍ୟ କମ ହୋଇଯାଏ । ତେଣୁ ନାଚିବା ଦ୍ୱାରା ହାର୍ଟ ଜନିତ ରୋଗ ମଧ୍ୟ ଦୂର ହୋଇଥାଏ । କାରଣ ବଡି ମୁଭ ହେବା ସମୟରେ ମନୁଷ୍ୟ ହାର୍ଟ ର ବି ଏକ୍ସରସାଇଜ ହୋଇଥାଏ ।

ହାର୍ଟ ରୋଗୀଙ୍କ ପାଇଁ ଏରୋବିକ୍ସ ମଧ୍ୟ ଏକ ଭଲ ଏକ୍ସରସାଇଜ ଅଟେ । ପ୍ରତିଦିନ ଏରୋବିକ୍ସ କରିବା ଦ୍ୱାରା ଏହାର ପ୍ରଭାବ ହାର୍ଟ ଉପରେ ପଡିଥାଏ ଓ ବ୍ଲଡ ସର୍କୁଲେସନ ଫ୍ଲୋ ବଢିଥାଏ । ଯାହା ପାଇଁ ହୃଦଘାତ ଜନିତ ରୋଗ ମଧ୍ୟ ହୋଇନଥାଏ ।

ଷ୍ଟ୍ରେଚିଙ୍ଗ କରିବା ଦ୍ୱାରା ଶରୀର ଖୋଲିଥାଏ ବା ଶରୀରରେ ଭଲ ଭାବେ ଅକ୍ସିଜେନର ମାତ୍ରା ଦରକାର ମୁତାବକ ରହିଥାଏ । ଖାଲି ସେତିକି ନୁହେଁ ଏହା କରିବା ଦ୍ୱାରା ଶରୀର ମାଂସପେଶିରେ ରକ୍ତ ପ୍ରବାହ ଭଲ ଭାବେ ହୋଇଥାଏ । ହାର୍ଟରେ କୌଣସି ବ୍ଲକେଜ ମଧ୍ୟ ସୃଷ୍ଟି ହୁଏନି । ବଡି ଫ୍ଲେକ୍ସିବୁଲ ରହିବା ସହିତ ହାର୍ଟ କୌଣସି ଅସୁବିଧାର ସାମ୍ନା କରେନି ।

ଆପଣ ନିଜର ଦୈନନ୍ଦିନ ଜୀବନରେ ସବୁଦିନେ ଲିଫ୍ଟ ରେ ଯିବା ଅପେକ୍ଷା ପାହାଚ ବା ସିଢି ଚଢି ଯିବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ୱାରା ଆଣ୍ଠୁଗଣ୍ଠି ଜନିତ ଥିବା ସବୁ ସମସ୍ୟା ଦୂର ହେବା ସହିତ ହାର୍ଟ ପଂପିଙ୍ଗ ରେ ହେଉଥିବା ଅନିୟମିତ ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ।

ସ୍ୱିମିଙ୍ଗ୍‌ ହେଉଛି ହାର୍ଟକୁ ସୁସ୍ଥ ରଖିବା ପାଇଁ ଆଉ ଏକ ଭଲ ଉପାୟ । ପହଁରିବା ଦ୍ୱାରା ହାର୍ଟ ଆଟାକ ର ଆଶଂକା କମ ରହିଥାଏ । ସ୍ୱୀମିଙ୍ଗ ଆପଣଙ୍କ ହାର୍ଟକୁ ଓ ରେସପିରେଟୋରୀ ସିଷ୍ଟମକୁ ମଜବୁତ କରିଥାଏ । ଏହା ସହିତ ପହଁରିବା ଦ୍ୱାରା କୋଲେଷ୍ଟ୍ରଲ କମ ହୁଏ ଓ ହୃଦଘାତ ଜନିତ କୌଣସି ରୋଗ ହୁଏନାହିଁ । ତେଣୁ ଆପଣ ଏହି ଏକ୍ସରସାଇଜ କରିବା ସହିତ ନିଜର ଖାଇବା ଶୈଳୀକୁ ମଧ୍ୟ ଠିକ ରଖନ୍ତୁ ଯାହା ଦ୍ୱାରା ହାର୍ଟ ଆଟାକ ର ଆଶଂକା କମ ହେବ । ଏହାଛଡା ଅଧିକ ଜାଣିବାକୁ ଚାହୁଁଥିଲେ ଉପୋରୋକ୍ତ ବ୍ୟାୟାମ ବିଷୟରେ ଆପଣ ନିଜ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।