Odia News Portal

ବିଧାନସଭାରେ ବିଜେପି ଉଠେଇବ ମମିତା ମେହେର ପ୍ରସଙ୍ଗ

ବିଧାନସଭାରେ ସରକାରଙ୍କୁ ଘେରିବ ବିଜେପି । ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିକୁ ଦଳ ଜୋରଦାର କରିବ ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ।

ଏହାସହ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଧାନମଣ୍ଡି ଅବ୍ୟବସ୍ଥା, ରଂଗଦେଇ ସ୍କୁଲ ରୁପାନ୍ତରୀକରଣ ଓ ଶିକ୍ଷା ବ୍ୟବସ୍ଥା, ଆବାସ ଯୋଜନା ଦୁର୍ନୀତି, ବିଜୁ ସ୍ବାସ୍ଥ୍ୟ କାର୍ଡ ଓ ରାଜ୍ୟର ସ୍ବାସ୍ଥ୍ୟ ଅବସ୍ଥା, ଜିଲ୍ଲା ଖଣିଜ ପାଣ୍ଠି, କାମ୍ପା ଫଣ୍ଡ ଦୁର୍ନୀତି ଇତ୍ୟାଦି ପ୍ରସଙ୍ଗ ଉଠାଇବ ବିଜେପି । ବିଧାନସଭା ସୁରୁଖୁରୁରେ ଚାଲିବା ଲକ୍ଷ୍ୟ ରହିଛି  । କିନ୍ତୁ ବାଚସ୍ପତି ନିରପେକ୍ଷ ହେଲେ ଏହା ସମ୍ଭବ ହେଇପାରିବ ବୋଲି ମୋହନ ଚରଣ ମାଝୀ କହିଛନ୍ତି ।