Odia News Portal

ଦୁର୍ବଳ ହେଉଛି ବାତ୍ୟା


ବାତ୍ୟା ଦୁର୍ବଲ ହେଉଛି ବୋଲି କହିଛି ପାଣିପାଗ ବିଭାଗ । ଦିଗପରିବତ୍ତନ କରି ଦୁର୍ବଳ ହେଉଛି । ଏବେ ଉତ୍ତର ଦିଗରେ ଗତି କରୁଛି ବାତ୍ୟା । ୧୨ ଘଣ୍ଟା ପରେ ଉତ୍ତର ପୂର୍ବ ଦେଇ ଗତି କରିବ ବାତ୍ୟା ଜୱାଦ । ଏହାର ପ୍ରଭାବରେ ବର୍ଷା ଜାରୀ ରହିବ । ପୁରୀ ନିକଟରେ ହେବା ବେଳକୁ ଏହା ବାତ୍ୟା ରୂପରେ ରହିବ ନାହିଁ ବରଂ ଅବପାତ କିମ୍ବା ଗଭୀର ଅବପାତ ରୂପରେ ପହଞ୍ଚିବ ।

ଦିଗ ପରିବର୍ତ୍ତନ ଯୋଗୁଁ ବାତ୍ୟା ଦୁର୍ବଳ ହୋଇଥିଲେ ବି ଏହାର ପ୍ରଭାବରେ କିଛି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ଆସନ୍ତା କାଲି ଉତ୍ତର ଓଡିଶାରେ ବର୍ଷା ହେବ । ଏହାସହ ପୂର୍ବାପେକ୍ଷା କମ ବେଗରେ ପବନ ବହିପାରେ । ତେଣୁ ଏହାକୁ ଅଣଦେଖା ନକରି ଲୋକଙ୍କୁ ସତର୍କ ରହିବାକୁ କହିଛି ବିଭାଗ ।