Odia News Portal

ଜୁନିଅର ବିଶ୍ୱକପ ହକି ପାଇଁ କଳିଙ୍ଗ ପ୍ରସ୍ତୁତ

ବିଶ୍ୱ ହକିର ପରିଚିତ କେନ୍ଦ୍ର ପାଲଟିଛି ଭୁବନେଶ୍ୱରର ଆଇକନିକ୍ କଳିଙ୍ଗ ଷ୍ଟାଡିୟମ । ଭାରତର ହକି ହୋମ୍ ଭାବେ ଲୋକପ୍ରିୟତା ହାସଲ କରିଥିବା କଳିଙ୍ଗ ହକି ଷ୍ଟାଡିୟମ ଆଉ ଏକ ବିଶ୍ୱ ଟୁର୍ଣ୍ଣାମେଂଟ ଆୟୋଜନ ପାଇଁ ପ୍ରସ୍ତୁତ । ଏଥର କଳିଙ୍ଗରେ ଆୟୋଜିତ ହେଉଛି ଜୁନିିଅର ବିଶ୍ୱକପ୍ ହକି । ଏଥିପାଇଁ ସଜେଇ ହୋଇସାରିଲାଣି କଳିଙ୍ଗ ଷ୍ଟାଡିୟମ । ସମସ୍ତ ୧୬ଟି ଦଳ ଭୁବନେଶ୍ୱରରେ ପହଂଚିସାରିଲେଣି । ଭାରତୀୟ ହକିର ମୁଖ୍ୟ ପୃଷ୍ଠପୋଷକ ସାଜିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗରେ ଆୟୋଜିତ ହେବାକୁ ଥିବା ଜୁନିଅର ବିଶ୍ୱକପ୍ ହକି ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ଆଇକନିକ କଳିଙ୍ଗ ଷ୍ଟାଡିୟମର କେତେକ ବର୍ଣ୍ଣାଢ୍ୟ ଚିତ୍ର ଟ୍ୱିଟରରେ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ । ସଦ୍ୟତମ ଆନ୍ତର୍ଜାତିକ ଟୁର୍ଣ୍ଣାମେଂଟ ପାଇଁ କଳିଙ୍ଗ ପ୍ରସ୍ତୁତ । ଆଉ ଫଟୋ ସହ ମୁଖ୍ୟମନ୍ତ୍ରୀ କ୍ୟାପସନ ଦେଇଛନ୍ତି ‘ଅଲ୍ ସେଟ୍ ଟୁ ଗୋ’ ।