Odia News Portal

ଭୁବନେଶ୍ୱରରୁ ସୁପାରୀ କିଲର ଗିରଫ


ରାଜଧାନୀ ଭୁବନେଶ୍ୱରରେ ମର୍ଣ୍ଣିଂୱାକରେ ବାହାରିଥିଲେ ଜଣେ ବ୍ୟବସାୟୀ ।ସେ ଜାଣି ନଥିଲେ ଯେ ତାଙ୍କୁ ଜଣେ ମାରିବାକୁ ଛକି ବସିଛି । ହେଲେ ଏହି କଥା ପୋଲିସକୁ ଜଣା ଥିଲା । ତେଣୁ ସୁପାରୀ କିଲର ଜଣକ କିଛି ଅଘଟଣ ଘଟାଇବା ପୂର୍ବରୁ ତାକୁ ଧରି ନେଇଥିଲା ପୋଲିସ ।

ଧରା ପଡିଥିବା ସୁପାରୀ କିଲର ବିଷୟରେ ସେମିତି କିଛି ତଥ୍ୟ ପୋଲିସ ପାଖରେ ନାହିଁ । ତେବେ ତା ଘର ଜଗତସିଂହପୁର । ଏବଂ ଜଗତସିଂହପୁର, କେନ୍ଦ୍ରାପଡା ଓ କଟକରେ ଏକାଧୀକ ମାମଲା ତା ନାରେ ଥିବା ଜଣା ପଡିଛି । ଭୁବନେଶ୍ୱର ନୟାପଲ୍ଲୀର ଆଇଆରସି ଭିଲେଜ ସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ନିକଟରୁ ଏହି ସୁପାରୀ କିଲରକୁ ଗିରଫ କରାଯାଇଥିଲା । ସେହି ମନ୍ଦିର ନିକଟରେ ସେ ବ୍ୟବସାୟୀ ଜଣଙ୍କୁ ମାରିବାକୁ ଛକି ବସିଥିଲା ।ସେହି ଅପରେସନ ବେଳେ ସବଇନିସ୍ପେକ୍ଟର ଜଣକ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି ।