Odia News Portal

ଶୀତଦିନେ ଗୋଇଠି ଫାଟୁଛି କି? ଜାଣନ୍ତୁ କଣ ରହିଛି ଘରୋଇ ଉପଚାର

ଭୁବନେଶ୍ୱର: ଶୀତ ଋତୁ ଆରମ୍ଭ ହେବାକୁ ଯାଉଛି। ଶୀତ ପଡ଼ିବା କ୍ଷଣି ହାତ, ଗୋଡ଼, ଗୋଇଠି ଆଦି ଫାଠିବାକୁ ଲାଗିଥାଏ। ଏମିତିରେ ଆପଣ କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆଜି ଆମେ ଆପଣଙ୍କୁ ଗୋଡ଼କୁ ମୁଲାୟମ ରଖିବାର କିଛି ସହଜ ତରିକା କହିବାକୁ ଯାଉଛୁ, ଯାହା ସାହାଯ୍ୟରେ ଆପଣ ନିଜ ଗୋଡ଼କୁ ସୁନ୍ଦରତା ପ୍ରଦାନ କରିପାରିବେ। ଗୋଡ଼ର ସୁନ୍ଦରତାକୁ ବଜାୟ ରଖିବା ପାଇଁ ଆପଣ କଦଳୀ ଚୋପାକୁ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା, ଗୋଡ଼କୁ କୋମଳ ରଖିବାର ଉପାୟ।

କଦଳୀରେ ଆଇରନ ଭରପୂର ମାତ୍ରାରେ ରହିଛି। ଏଥିପାଇଁ ଏହା ଏନିମିଆ ସମସ୍ୟାରେ ମଧ୍ୟ ରାମବାଣ ହୋଇଥାଏ। କଦଳୀ ଚୋପାକୁ ଆପଣ ନିଜ ଗୋଡ଼ର ସୁନ୍ଦରତା ବଢ଼ାଇବା ପାଇଁ ବ୍ୟବହାର କରିପାରିବେ।

ଫଟା ଗୋଇଠି ସମସ୍ୟାରୁ ଛୁଟକାରା ପାଇବା ପାଇଁ ଏବଂ ଗୋଡ଼କୁ କୋମଳ ତଥା ମୁଲାୟମ ରଖିବା ପାଇଁ ଆପଣ କଦଳୀ ଚୋପାକୁ ବ୍ୟବହାର କରିପାରିବେ। ଏଥିପାଇଁ ପ୍ରଥମେ ଗୋଡ଼କୁ ଭଲ ଭାବେ ସଫା କରି ନିଅନ୍ତୁ, ଯେପରି କଦଳୀ ଚୋପାରୁ ମିଳିବାକୁ ଥିବା ତତ୍ତ୍ୱ ସହଜରେ ଅବଶୋଷିତ ହୋଇ ପାରିବ। ଏହାପରେ କଦଳୀ ଚୋପାକୁ ଗୋଡ଼ ଗୋଇଠିରେ ମଳନ୍ତୁ। ଯେଉଁ ଜାଗାରେ ଗୋଡ଼ ଅଧିକ ଫାଟିଛି, ସେହିଠାରେ ଭଲ ଭାବେ ମଳନ୍ତୁ। ୫ ମିନିଟ୍‌ ପର୍ଯ୍ୟନ୍ତ ମସାଜ କରିବା ପରେ ଗୋଡ଼କୁ ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ, ଆପଣଙ୍କ ଗୋଡ଼ ମୁଲାୟମ ହୋଇଯିବ।