Odia News Portal

ପିଆଜ ଖାଇବା ଦ୍ୱାରା କେଉଁ କେଉଁ ଉପକାର ମିଳେ ଜାଣନ୍ତୁ …

ଖାଦ୍ୟକୁ ସ୍ବାଦିଷ୍ଟ କରିଥାଏ ପିଆଜ । ଏହା ସହିତ ପିଆଜର ରହିଛି ଅନେକ ଔଷଧୀୟ ଗୁଣ । ବେଶ୍ କିଛି ରୋଗକୁ ଭଲ କରିଥାଏ ଏହି ପିଆଜ । ପିଆଜରେ କେଲିସିନ ଏବଂ ଭିଟାମିନ୍ ‘ବି’ ପର୍ୟ୍ୟାପ୍ତ ପରିମାଣରେ ମିଳିଥାଏ। ପିଆଜ ଜିବାଣୁ ନିରୋଧକ, ମାନସିକ ଚାପକୁ ଭଲ କରେ, ଯନ୍ତ୍ରଣା ନିବାରକ, ମଧୁମେହ ନିୟନ୍ତ୍ରଣ, ଲିଭର ଓ କିଡନୀରୁ ଷ୍ଟୋନ ହଟାଇବାରେ ମଧ୍ୟ ପିଆଜ ସାହାଯ୍ୟ କରିଥାଏ।
ଥଣ୍ଡା, ଜ୍ବର, କାଶ ଓ କଫ
ପିଆଜ ରସରେ ଗୁଡ଼/ମହୁ ମିଶାଇ ପିଅନ୍ତୁ ଆପଣଙ୍କ ଥଣ୍ଡା,ଜ୍ୱର,କାଶ ଏବଂ କଫ ସମସ୍ୟା ଦୂର ହେବ ।
ନାକରୁ ରକ୍ତ ପଡ଼ିବା
ଯଦି ଆପଣଙ୍କ ନାକରୁ ରକ୍ତ ପଡିବାର ସମସ୍ୟା ରହିଛି ତେବେ ପିଆଜ ରସକୁ ନାକରେ ପକାନ୍ତୁ ସମସ୍ୟା ଦୂର ହୋଇଥାଏ ।
କାନ ଯନ୍ତ୍ରଣା
ଯଦି ଆପଣଙ୍କ କାନ ଯନ୍ତ୍ରଣାର ସମସ୍ୟା ରହିଛି ତେବେ ପିଆଜ ରସକୁ ଗରମ କରି କାନରେ ପକାନ୍ତୁ ଆପଣଙ୍କ କାନ ଯନ୍ତ୍ରଣା ଠିକ୍ ହୋଇଯିବ ।
ଖାଦ୍ୟ ହଜମ କରିବା ପାଇଁ
ଯଦି ଆପଣଙ୍କ ଖାଦ୍ୟ ହଜମ ହେବାରେ ଅସୁବିଧା ଅଛି । ତେବେ ପିଆଜ ରସ ସେବନ କରନ୍ତୁ କିମ୍ବା ପିଆଜ ରସ ସହିତ ଧନିଆ ମିଶା ଚା’ ପିଅନ୍ତୁ ସମସ୍ୟା ଦୂର ହେବ ।
କାଛୁ-କୁଣ୍ଡିଆ
ତାଜା ପିଆଜ ରସ ସେବନ କଲେ କାଛୁକୁଣ୍ଡିଆ ଭଳି ରୋଗ ମଧ୍ୟ ଭଲ ହୋଇଥାଏ ।
ନିଦ ଆସିବାରେ ସମସ୍ୟା
ନିଦ ନହେଲେ ମଣିଷ ବଭିନ୍ନ ପ୍ରକାର ରୋଗରେ ପଡିଥାଏ । ଯଦି ଆପଣଙ୍କର ଏହି ସମସ୍ୟା ଅଛି ତେବେ ପିଆଜର ଚା’ ପିଇଲେ ଏହି ସମସ୍ୟା ଦୂର ହୋଇଥାଏ ।