Odia News Portal

ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା କାର୍ଯ୍ୟ ଆରମ୍ଭ


ଶ୍ରୀକ୍ଷେତ୍ର ହେବ ଐତିହ ସହର । ଦେଶର ଅନ୍ୟାନ୍ୟ ଧର୍ମପୀଠ ଅପେକ୍ଷା ପୁରୀ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ତଥା ତୀର୍ଥଯାତ୍ରୀ ମାନେ ପାଇବେ ସ୍ୱତନ୍ତ୍ର ବ୍ୟବସ୍ଥା । ଯାହାକୁ ନେଇ ଏବେଠାରୁ ଆରମ୍ଭ ହୋଇଛି କାର୍ଯ୍ୟ । ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାତ୍ରା ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଆଗାମୀ ଦେଢ ବର୍ଷ ଭିତରେ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ ରଖାଯାଇଛି । ଏହି ମେଗା ପ୍ରକଳ୍ପର ଚାରୋଟି ବିଶେଷତ୍ୱ ରହିଛି ।