ପୁରୁଷ ହୁଅନ୍ତୁ କି ମହିଳା ଆଜିକାଲି ଯାହାକୁ ଦେଖ ସମସ୍ତେ ଫିଟନେସ୍ ପାଇଁ ଜିମ୍କୁ ଧାଉଁଛନ୍ତି । କିଏ ଦୈନିକ ୪ଘଣ୍ଟା ତ ପୁଣି କିଏ ୬ ଘଣ୍ଟା ବିତାଉଛନ୍ତି ସେଠି । ସେମାନେ ମନେ କରୁଛନ୍ତି ଯେ ଏହାଫଳରେ ସେମାନେ ସ୍ଲିମ୍ ହେବା ସହିତ ଫିଟ୍ ବି ରହିବେ। ହେଲେ ସେମାନେ ଏହାର ଅସୁବିଧା ସଂପର୍କରେ ଜାଣିବାକୁ ଚେଷ୍ଟା ବି କରୁ ନାହାନ୍ତି। ଏଇ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ସପ୍ତାହକୁ ୧୦ ଘଣ୍ଟାରୁ ଅଧିକ ସମୟ ଜିମ୍ରେ ବିତାଇଲେ ଯୌନ ଜୀବନରେ ଅସୁବିଧା ଦେଖା ଦେଇଥାଏ।
ନର୍ଥ କରୋଲିନା ବିଶ୍ୱବିଦ୍ୟାଳୟର ଜଣେ ଗବେଷକ ସୂଚନା ଦେଇଛନ୍ତି ଯେ ସପ୍ତାହକୁ ୧୦ ଘଣ୍ଟାରୁ ଅଧିକ ସମୟ ଜିମ୍ରେ ବିତାଇଲେ ଶାରୀରିକ ସଂପର୍କ ଲାଗି ଇଚ୍ଛା ହ୍ରାସ ପାଇଥାଏ । ଖାଲି ସେତିକି ନୁହେଁ ଜଣେ ବେଡରେ ନିଜର ପାର୍ଟନର୍ ସହିତ ଭଲଭାବେ ସଂପର୍କ କରିବାରେ ଅକ୍ଷମ ହୋଇଥାଏ । ଏହାର କାରଣ ହେଲା ମାତ୍ରାଧିକ ବ୍ୟାୟାମ ଯୋଗୁଁ ସେକ୍ସ୍ ହରମୋନ୍ ଟେଷ୍ଟୋଷ୍ଟେରେନ୍ ଦବିଯାଏ । ଏହା ଯୌନେଚ୍ଛା ହ୍ରାସ କରିଥାଏ । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ମଣିଷକୁ ସେକ୍ସ୍ ଲାଗି ଦୁର୍ବଳ କରିଦିଏ । ଏଣୁ ସପ୍ତାହରେ ଅତି ବେଶିରେ ୮ ଘଣ୍ଟା ଜିମରେ ବିତାଇବା ଉଚିତ ।
Sign in
Sign in
Recover your password.
A password will be e-mailed to you.
