ଅଧିକ ଦିନ ପର୍ୟ୍ୟନ୍ତ ବଞ୍ଚିବା ପାଇଁ କାହାକୁବା ଇଛା ନାହିଁ। ତେବେ ଆପଣ କେବେ ଭାବିଛନ୍ତି କି, ନାଲି ଲଙ୍କା ଖାଇବା ଦ୍ବାରା ଆପଣ ହୋଇପାରିବେ ଦୀର୍ଘାୟୁ। ନାଲି ଲଙ୍କା ଅଧିକ ଖାଇବା ଦ୍ବାରା ଦୀର୍ଘାୟୁ ହେବା ସହ ସୁସ୍ଥ ମଧ୍ୟ ହୋଇଥାନ୍ତି। ଏହା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଗବେଷଣାରେ ଜଣାପଡ଼ିଛି।
ଗବେଷଣାରେ ଜଣାପଡ଼ିଛି, ନାଲି ଲଙ୍କା ଖାଇବା ଦ୍ବାରା ମୃତ୍ୟୁର ସମ୍ଭାବନା ପ୍ରାୟ ୧୩ ପ୍ରତିଶତ କମ ହୋଇଯାଇଥାଏ। ଖାସ କରି ହାର୍ଟଆଟାକ୍ ଅଥବା ଏଥି ସମ୍ଭନ୍ଧୀୟ ରୋଗ ହେବାର ଦମ୍ଭାବନା କମ ହୋଇଥାଏ । ଯେଉଁ ବ୍ୟକ୍ତି ନିୟମିତ ଭାବେ ନାଲି ଲଙ୍କା ଖାଇଥାନ୍ତି ସେମାନଙ୍କର କେଲୋଷ୍ଟ୍ରଲ ନିୟନ୍ତ୍ରିତ ରହିଥାଏ।
ଅନୁମାନ ଲାଗାଯାଏ କି, ମେଦ ହ୍ରାସ କରିବା ସହ ଶରୀରରେ ଉତ୍ତମ ଭାବେ ରକ୍ତପ୍ରବାହ ପାଇଁ ଲାଭକାରୀ ହୋଇଥାଏ । ଏହା ସେଲୁଲର ଏବଂ ଆଣବିକ ତନ୍ତ୍ରକୁ ସୁରକ୍ଷିତ ରଖିଥାଏ। ଖାଲି ଏତିକି ନୁହଁ ଏହା ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ସହ ମନୁଷ୍ୟର ଆୟୁଷକୁ ମଧ୍ୟ ବଢ଼ାଇଥାଏ। ଏଣୁ ତରକାରୀ ବା କୌଣସି ଖାଦ୍ୟ ପ୍ରଦାର୍ଥରେ ମସଲାର ଉପସ୍ଥିତିକୁ ଶରୀର ପାଇଁ ଲାଭକାରୀ କୁହାଯାଇଥାଏ। ଏଥି ଗବେଷଣା ପାଇଁ ଗବେଷକମାନେ ଆମେରିକାରେ ୧୬ହଜାର ଜଣଙ୍କୁ ନେଇ କରିଥିଲେ।
Sign in
Sign in
Recover your password.
A password will be e-mailed to you.
