Odia News Portal

ଜାଣନ୍ତୁ କେଉଁ ବୟସରେ ମହିଳାମାନେ ହୋଇଥାନ୍ତି ଅଧିକ ରୋମାଣ୍ଟିକ୍

ଭୁବନେଶ୍ୱର : ବୟସ ବଢିବା ଅନୁସାରେ ମହିଳାଙ୍କ ପସନ୍ଦ, ମୁଡ୍ ଏବଂ ସ୍ୱଭାବରେ ପରିବର୍ତ୍ତନ ହୋଇଥାଏ । ଏମିତି ଦେଖିବାକୁ ଗଲେ ରୋମାନ୍ସ ମାମଲାରେ ମହିଳାମାନେ ଟିକେ ଲାଜକୁଳା ସ୍ୱାଭବାର ହୋଇଥାନ୍ତି । ସେଥିପାଇଁ ସେମାନେ ଏହି ମାମଲାରେ ଖୋଲା ଖୋଲା ଭାବେ କଥା ହୋଇ ପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କି କେଉଁ ବୟସରେ ମହିଳାମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି ।

ଏକ ଗବେଷଣାରୁ ଜଣାପଡିଛି କି ମହିଳାମାନେ ୩୦ ରୁ ୩୫ ମଧ୍ୟରେ ସବୁଠାରୁ ଅଧିକ ରୋମାଣ୍ଟିକ ହୋଇଥାନ୍ତି । ଏହାସହିତ ସେମାନେ ଏହି ବୟସ ମଧ୍ୟରେ ଶାରିରୀକ ସମ୍ପର୍କ ରଖିବା ପାଇଁ ଅଧିକ ପସନ୍ଦ କରନ୍ତି ।

ଅପରପକ୍ଷେ ୨୦ ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଯୁବତୀ ନିଜର ସୌନ୍ଦର୍ଯ୍ୟତା ଏବଂ ଏବଂ ଲୁକ୍ସକୁ ନେଇ ପ୍ରଥମରୁ କନ୍ସିୟସ ହୋଇ ଯାଇଥାନ୍ତି । ସେଥିପାଇଁ ସେମାନେ ଏହି ବୟସରେ ଅଧିକ ଷ୍ଟାଇଲିସ୍ ଦେଖା ଯିବା ପାଇଁ ନିଜ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି କିନ୍ତୁ ସେମାନଙ୍କୁ ୨୭ ବର୍ଷ ହେବା ପରେ ସେ ବାହାହେବା ପାଇଁ ଭାବି ଥାନ୍ତି । ବୟସର ଏହି ପିଢୀ ପ୍ରତ୍ୟେକ ଝିଅ ନିଜ ପାଇଁ ଏକ ଭଲ ଜୀବନ ସାଥୀର କଳ୍ପନା କରିଥାଏ ।