Odia News Portal

ନାଗସାପର ଦାନ୍ତକାଟି ବନ୍ଧା ହେଲେ ସାପଧରାଳି

ବଲାଙ୍ଗୀର ବିଲେଇସର୍ଡା ଗାଁରେ ନାଗ ସାପ ଧରି ତାର ଦାନ୍ତ ଭାଙ୍ଗୁଥିବା ଭିଡିଓ ଭାଇରାଲ୍ ଘଟଣା। ଅଭିଯୁକ୍ତ ବୀର ବିଶ୍ଵାଳ ଗିରଫ । ଏକ ନାଗ ସାପକୁ ଧରିବା ପରେ ନେଲକଟର ଯୋଗେ ଗାଁ ମଝିରେ ସାପର ଦାନ୍ତ ଉପାଡି ଦେଇଥିଲା ଅଭିଯୁକ୍ତ।

ଏହି ଭାଇରାଲ୍ ଭିଡିଓର ଖବର ପ୍ରସାରଣ ପରେ ବଲାଙ୍ଗୀର ଡିଏଫଓ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ବନ ବିଭାଗ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଫେରାର୍ ଥିବା ଅଭିଯୁକ୍ତ ବୀର ବିଶ୍ଵାଳକୁ ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା।