Odia News Portal

ନୂଆ ବର୍ଷରେ କରନ୍ତୁ ଏହି ୧୦ କାମ, ସଫଳତା ଛୁଇଁବ ଆପଣଙ୍କ ପାଦ

ଆଉ ମାତ୍ର କିଛି କ୍ଷଣର ଅପେକ୍ଷା । ପୁରୁଣା ବର୍ଷକୁ ବିଦାୟ ଦେବେ, ନୂଆ ବର୍ଷକୁ ସ୍ୱାଗତ କରିବେ ସମସ୍ତେ । ଏଥିପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଲୋକଙ୍କ ମଧ୍ୟରେ ନୂଆବର୍ଷକୁ ନେଇ ବେଶ୍ ଉତ୍ସାହ । କିପରି ନୂଆବର୍ଷକୁ ପାଳିବେ ସେନେଇ ସମସ୍ତେ ପ୍ଲାନିଂ ମଧ୍ୟ କରିଛନ୍ତି । କିନ୍ତୁ କଣ ଆପଣ ଜାଣନ୍ତି କିଛି ଏମିତି କାମ ଅଛି ଯାହାକୁ କରି ଆପଣ ଆପଣଙ୍କ ନୂଆ ବର୍ଷକୁ ଖାସ୍ କରପାରିବେ । ଆଜି ଆମେ କହିବୁ କଣ କଲେ ଆପଣଙ୍କ ନୂଆ ବର୍ଷକୁ ଖୁସିରେ ଭରି ପାରିବେ ।

– ନୂଆ ବର୍ଷର ଆରମ୍ଭ କେବେ ବି ଘରେ ରହି କରନ୍ତୁ ନାହିଁ । ଏହା ଦ୍ବାରା ଆପଣଙ୍କ ଭାବନା ଏବଂ ବିଚାର ମଧ୍ୟ ପରିବର୍ତ୍ତନ ହେବ । ତେଣୁ ବାହାରକୁ ନିଶ୍ଚୟ ଯାଆନ୍ତୁ ।

– ନୂଆ ବର୍ଷ ଅବସରରେ ବନ୍ଧୁ, ପରିଜନଙ୍କୁ ଶୁଭକାମନା ଦେବାକୁ ଭୁଲନ୍ତୁ ନାହିଁ ।

– ନୂଆ ବର୍ଷର ଆରମ୍ଭ ନିଜର ମାତା, ପିତା ଏବଂ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦରେ କରନ୍ତୁ । କାରଣ ଆପଣଙ୍କ ସଫଳତା ପାଇଁ ଏହା ନିହାତି ଜରୁରୀ ।

– ଯଦି ହେଉଛି ନୂଆବର୍ଷରେ ନିଜ ପରିବାର ସହ ବାହାରେ ସମୟ କଟାନ୍ତୁ ।

– ଗରିବଙ୍କ ଯତ୍ନ ରଖିବା ଜରୁରୀ । ତେଣୁ ନୂଆ ବର୍ଷରେ ଗରିବଙ୍କୁ ଭୋଜନ କରାନ୍ତୁ ।

– ପ୍ରତିଜ୍ଞା କରନ୍ତୁ ନୂଆ ବର୍ଷରେ ନିଜ ଭାଷା ଏବଂ ବିଚାର ଶୁଦ୍ଧତା ସହ ପବିତ୍ରତା ଆଣିବେ ।

– ଏକଥା ମଧ୍ୟ ପ୍ରତିଜ୍ଞା କରନ୍ତୁ ଯଥା ସମ୍ଭବ ଅଭାବୀଙ୍କ ଆବଶ୍ୟକତାକୁ ପୁରା କରିବାକୁ ଚେଷ୍ଟା କରିବେ ।

– କାହାକୁ କେବେ ବି ହଇରାଣ କରନ୍ତୁ ନାହିଁ ।

– ଯେମିତି କି ଆପଣ ଜାଣନ୍ତି କର୍ମ ହିଁ ପୂଜା, ତେଣୁ ସର୍ବଦା ନିଜ କାମ ପ୍ରତି ନିଷ୍ଠାବାନ୍ ରହିବା ପାଇଁ ପ୍ରତିଜ୍ଞା କରନ୍ତୁ ।