ଜାମୁ କୋଳି ବର୍ଷା ଦିନେ ହୋଇଥାଏ । ଏହି ରୁତୁରେ ଜାମୁ କୋଳି ଖାଇବା ଦ୍ବାରା ଅନେକ ଫାଇଦା ହୋଇଥାଏ । ଏବଂ ଦେହ ପାଇଁ ମଧ୍ୟ ହିତକର ହୋଇଥାଏ । ଜାମୁ କୋଳିରେ ଅନେକ ଔଷଧୀୟ ଗୁଣ ରହିଥାଏ । ଏଥିରେ ଏସିଡିକର ପ୍ରକୃତି ଭରି ରହିବା ପରେ ମଧ୍ୟ ସ୍ବାଦ ମିଠା ହୋଇଥାଏ । ଜାମୁ କୋଳିର ରସ ପିଇବା ଦ୍ବାରା ପେଟ ଜନିତ ସମସ୍ଯା ଦେଖାଯାଇନଥାଏ । ଡାଇରିଆ ରୋଗରୁ ଉପସମ ମିଳିଥାଏ ।
-
ଜାମୁ କୋଳି ଖାଇବା ଦ୍ବାରା ହଜମ କରିବା ଶକ୍ତି ବଢିଥାଏ । ପେଟ ଜନିତ ସମସ୍ତ ରୋଗ ଭଲ ହୋଇଥାଏ ।
-
ମଧୁମେହ ରୋଗୀଙ୍କ ପାଇଁ ଜାମୁ କୋଳି ଅତ୍ଯନ୍ତ ହିତକରକ । ଏହି କୋଳିର ମଞ୍ଜୀକୁ ଶୁଖାଇ ଗୁଣ୍ଡ କରି ଖାଇବା ଦ୍ବାରା ଶରୀରର ସୁଗାର୍ କମିଥାଏ ।
-
ଯଦି ପେଟରେ କୌଣସି ଧାତୁ ହୋଇଥାଏ, ଜାମୁ କୋଳି ଖାଇବା ଦ୍ବାରା ରୋଗରୁ ମୁକ୍ତି ମିଳିଥାଏ । ଜାମୁ କୋଳି ମଞ୍ଜୀର ଗୁଣ୍ଡକୁ ଦହି କିମ୍ବା ପାଣିରେ ମିଶାଇ ପିଇବା ଦ୍ବାରା ଏହି ରୋଗରୁ ଉପସମ ମିଳିଥାଏ ।
-
ଭିନେଗାରରେ ଜାମୁ କୋଳିକୁ ଭିଜାଇ ପ୍ରତିଦିନ ସକାଳ ଓ ସଞ୍ଜରେ ଖାଇବା ଦ୍ବାରା ପିତ ଜନିତ ସମସ୍ଯାରୁ ମୁକ୍ତି ମିଳିଥାଏ ।
-
ଜାମୁ କୋଳିର ମଞ୍ଜିକୁ ଗୁଣ୍ଡ କରି ଚିନି ସହ ମିଶାଇ ଖାଇବା ଦ୍ବାରା ଡାଇରିଆରୁ ଉପସମ ମିଳିଥାଏ ।