Odia News Portal

ମାଛ ସମେତ ଏହି ଖାଦ୍ୟ ଖାଇବା ଉଚିତ ନୁହେଁ ନଚେତ ହୋଇପାରେ ଏଭଳି ରୋଗ

ଶରୀର ସମତେ ମସ୍ତିଷ୍କର ଯତ୍ନ ନେବା ମଧ୍ୟ ନିତ୍ୟାନ୍ତ ଜରୁରୀ । ନଚେତ୍ ପରବର୍ତ୍ତି ସମୟରେ ସ୍ୱାସ୍ଥ୍ୟ ଉପରେ ଖାଦ୍ୟପେୟର ସିଧା ପ୍ରଭାବ ପଡିବ । ବାଦାମ ଏବଂ ଅଖରୋଟ ଭଳି ଜିନିଷ ଖାଇବା ଦ୍ୱାରା ମସ୍ତିଷ୍କ ବିକାଶ ହୋଇଥାଏ । ସେହିପରି କିଛି ଖାଦ୍ୟ ଏପରି ଅଛି, ଯାହା ମସ୍ତିଷ୍କକୁ କ୍ଷତି ପହଁଚାଇପାରେ ଏବଂ ସ୍ମରଣ ଶକ୍ତିକୁ ଦୁର୍ବଳ ବନାଇଥାଏ । ଯଦି ଆପଣ ମଧ୍ୟ ଏମିତି ଜିନିଷକୁ ଅଧିକ ଖାଉଛନ୍ତି ତାହେଲେ ଆଜି ଠାରୁ ହିଁ ଏହି ଖାଦ୍ୟ ଠାରୁ ଦୂରତା ରକ୍ଷା କରନ୍ତୁ । ନଚେତ ଆପଣଙ୍କ ସ୍ମରଣ ଶକ୍ତି ଉପରେ ଖରାପ ପ୍ରଭାବ ପଡିପାରେ । ତେଣୁ ଆଜିଠାରୁ ହିଁ ଏହାର ଧ୍ୟାନ ରଖିବା ଉଚିତ୍ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ସେବନ କରିବା ମସ୍କିଷ୍କ ପାଇଁ ବିପଦ ସୃଷ୍ଟି କରେ ।

ମିଠା ପାନୀୟ : ଖରାଦିନ ଆସିଲେ ପ୍ରତ୍ୟେକ ବ୍ୟକ୍ତି କୋଲ୍ଡଡ୍ରୀଙ୍ଗସ୍ ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହାକୁ ଅଧିକ ମାତ୍ରାରେ ସେବନ କରିବା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ । କାରଣ ବଜାରରେ ଉପଲବ୍ଧ ହେଉଥିବା କାର୍ବୋନେଟେଡ୍ ପାନୀୟରେ ବହୁତ ମାତ୍ରାରେ ଚିନି ଏବଂ କିଛି ରାସୟନିକ ପଦାର୍ଥ ମିଶିଥାଏ । ଫଳରେ ଏହା ଯାହା ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଅଧିକ କୋଲଡ୍ରୀଙ୍ଗସ୍ ପିଉଥିଲେ ସାବଧାନ ହୋଇଯାଆନ୍ତୁ ।

ମାଛ: ମାଛରେ ଓମେଗା -୩ ଏବଂ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ରହିଥାଏ । ଯାହାକି ମସ୍ତିଷ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ଅଧିକ ମାଛ ଖାଇବା ମଧ୍ୟ ସ୍ମୃତି ଶକ୍ତି ଉପରେ ଖରାପ ପ୍ରଭାବ ପକାଇପାରେ । ବାସ୍ତବରେ ମାଛରେ ପାରା ନାମକ ଏକ ଉପାଦାନ ରହିଥାଏ । ଯାହା ମସ୍ତିଷ୍କକୁ କ୍ଷତି ପହଞ୍ଚାଇଥାଏ ଏବଂ ସ୍ମୃତି ଶକ୍ତି ଦୁର୍ବଳ କରିପାରେ । ତେଣୁ ଅଧିକ ମାଛ ସେବନ କରିବା ଉଚିତ୍ ନୁହେଁ ।

ମଦ: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ଫୁସଫୁସ ଏବଂ ଯକୃତ ସହିତ ଏହା ଆପଣଙ୍କ ମସ୍ତିଷ୍କକୁ ମଧ୍ୟ ଦୁର୍ବଳ କରିଥାଏ । ମଦ୍ୟପାନ କରିବା ଦ୍ୱାରା ମସ୍ତିଷ୍କର ମେଟାବୋଲିଜିମ୍ ଉପରେ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ସ୍ମୃତିଶକ୍ତି ମଧ୍ୟ ପ୍ରଭାବିତ ହୋଇପାରେ । ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ସ୍ମୃତି ଶକ୍ତି ଦୁର୍ବଳ ହୋଇଯାଏ ।

ବ୍ରେଡ୍ ଏବଂ କୁକିଜ୍: ପାସ୍ତା, ବ୍ରେଡ ଏବଂ କୁକିଜ୍ ଭଳି ଜିନିଷ ମଧ୍ୟ ମସ୍ତିଷ୍କ ପାଇଁ କ୍ଷତିକାରକ ହୋଇଥାଏ । କାରଣ ସେଥିରେ ଫାଇବର ବହୁତ କମ୍ ପରିମାଣରେ ରହିଥାଏ । ଏଥିସହିତ ଏଗୁଡ଼ିକ ବିଶୋଧିତ କାର୍ବସ୍ ଖାଦ୍ୟ ଯାହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ । ବିଶୋଧିତ କାର୍ବସରେ ଏକ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଛି ଯାହା ସ୍ମୃତି ଶକ୍ତି ଦୁର୍ବଳ କରିପାରେ । ତେଣୁ ଏହିସବୁ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ ।

ନୋଟ : ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ଉପରେ ଆଧାରିତ। ଏହାକୁ ଯଦି ଆପଣ ଆପଣାଇବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆପଣ ଥରେ ଡାକ୍ତରଙ୍କ ସହ ନିଶ୍ଚୟ ପରାମର୍ଶ ନେଇଯାନ୍ତୁ।