Odia News Portal

ରାଜ୍ୟରେ ଅସମ୍ଭାଳ ଖରା, ଏବେଠୁ ଅଧିକାଂଶ ସହରରେ ୪୦ ଡିଗ୍ରୀ ଛୁଇଁଲାଣି ତାତି

ରାଜ୍ୟରେ ଅସମ୍ଭାଳ ଖରା । ବିଶେଷକରି ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ତାତି ବଢିବାରେ ଲାଗିଛି । ଝାରସୁଗୁଡ଼ାରେ ଗତକାଲି ସର୍ବାଧିକ ୪୦.୬ ଡିଗ୍ରୀ ତାତି ରେକର୍ଡ ହୋଇଥିଲା । ସେହିଭଳି ଟିଟିଲାଗଡ଼ରେ ୪୦ ଡିଗ୍ରୀ ପାରଦ ରହଥିଲା । ରାଜ୍ୟର ଅଧିକାଂଶ ସହରର ପାରଦ ୩୮ ଉପରେ ରହିଛି । ଆସନ୍ତା ତିନି ଦିନରେ ଖରା ଆହୁରି ବଢିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଜି ପାଇଁ ୪ ଜିଲ୍ଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗିଡିକ ହେଉଛନ୍ତି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର। ସେପଟେ କୋରାପୁଟ ଓ ମାଲକାନଗିରିକୁ ଝଡ଼ବର୍ଷା ଚେତାବନୀ ଦିଆଯାଇଛି। ଆସନ୍ତା ୬ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି।.ସେହିପରି ରାଜ୍ୟରେ ତାତି ବଢ଼ୁଥିବାରୁ ଆଜିଠୁ ସବୁ ସ୍କୁଲ ସକାଳୁଆ ହୋଇଛି । ସକାଳ ସାଢ଼େ ୬ରୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍ । ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ୍ ପାଇଁ ନିର୍ଦ୍ଦେଶ । ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍ ଜାରି ରହିବ। ଏନେଇ ପ୍ରତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ସଚିବ। ଏଥିସହ ଗ୍ରୀଷ୍ମ ପ୍ରବାହାର ମୁକାବିଲା ପାଇଁ ସ୍କୁଲରେ ସ୍ବତନ୍ତ୍ର ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।