Odia News Portal

ଅବିବାହିତ ଲୋକ ନିଜ ରୁମରେ କେବେ ବି ରଖନ୍ତୁ ନାହିଁ ଏହି ଜିନିଷ

ଭାରତୀୟ ବାସ୍ତୁ ଶାସ୍ତ୍ର ଭଳି ଚୀନର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗସୁଇ ଶାସ୍ତ୍ର ବୋଲି କୁହାଯାଏ । ଏଥିରେ ଜୀବନରେ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଧନ, କ୍ୟାରିଅର,ଚାକିରି,ପ୍ରେମ ଓ ସୁଖ ସମୃଦ୍ଧି ପାଇଁ ବହୁତ କିଛି ଉପାୟ ଦିଆଯାଇଛି । ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷକୁ ଅବିବାହିତଙ୍କ ରୁମରେ ରଖିବା ପାଇଁ ବାରଣ କରାଯାଇଛି । ଏହି ସବୁ ଜିନିଷ ଅବିବାହିତଙ୍କ ରୁମରେ ରହିଲେ ଅଶୁଭ ହୋଇଥାଏ । ସେମାନଙ୍କ ବୈବାହିକ ଓ ପ୍ରେମ ଜୀବନରେ ବାଧ ସୃଷ୍ଟି ହୋଇଥାଏ । ଆସନ୍ତୁ ଜାଣିବା ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ କେମିତି ହେବା ଦରକାର ଅବିବାହିତଙ୍କ ରୁମ ।

୧. ଆଟାଚଡ୍‌ ବାଥରୁମ : ଫେଙ୍ଗସୁଇ ଅନୁସାରେ ଯେଉଁ ଲୋକଙ୍କ ବିବାହ ନ ହୋଇଛି,ସେମାନଙ୍କ ବେଡ ରୁମରେ ଆଟାଚଡ ଟଏଲଟ କିମ୍ବା ବାଥରୁମର କବାଟ ସର୍ବଦା ବନ୍ଦ ରଖିବା ଦରକାର । କାରଣ ଏହାଦ୍ୱାରା ରୁମରେ ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

୨. ଟିଭି କିମ୍ବା କମ୍ପ୍ୟୁଟର : ଅନମାରେଡ ବା ଅବିବାହିତ ବ୍ୟକ୍ତିଙ୍କ ରୁମରେ ଟିଭି କିମ୍ବା କମ୍ପ୍ୟୁଟର ରଖିବା ଉଚିତ୍‌ ନୁହେଁ । କାରଣ ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ ଏହି ଜିନିଷ ଆପଣଙ୍କ ଲଭ ଲାଇଫରେ ଅସୁବିଧା ସୃଷ୍ଟି କରିପାରେ ।

୩. ନଦୀ କିମ୍ବା ଝରଣାର ଫଟୋ : ଅବିବାହିତ ଲୋକଙ୍କ ପାଇଁ ତାଙ୍କ ବେଡରୁମରେ ନଦୀ, ଝରଣା, ପୋଖରୀ ଭଳି ପାଣି ସମ୍ପର୍କିତ ପେଣ୍ଟିଂ ବା ଫଟୋ ଶୁଭ ହୋଇ ନଥାଏ । କାରଣ ଏହାଦ୍ୱାରା ସେମାନଙ୍କ ବିବାହରେ ବାଧା ସୃଷ୍ଟି କରିପାରେ ।

୪. ଦୁଇଟି ଗଦି ବାଲା ବେଡ୍‌ରେ ଶୁଅନ୍ତୁ ନାହିଁ : ଫେଙ୍ଗସୁଇ ଅନୁସାରେ ଅବିବାହିତ ଲୋକ ଦୁଇ ଗଦି ବାଲା ବେଡରେ ଶୋଇବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ । ଏହାଦ୍ୱାରା ବିବାହରେ ବିଘ୍ନ ସୃଷ୍ଟି ହୋଇଥାଏ ।

୫. ଆଇନା ରଖନ୍ତ୍‌ୁ ନାହିଁ : ଏମିତିରେ ବେଡ ରୁମରେ ଆଇନା ରଖିବା କାହା ପାଇଁ ଶୁଭ ହୋଇନଥାଏ । ହେଲେ ଅବିବାହିତଙ୍କ ପାଇଁ ବେଡ ରୁମରେ ଆଇନା ରଖିବା ଆଦୌ ଶୁଭ ନୁହେଁ । ଯଦି ଆଇନା ରହିଛି ତେବେ ଏହାକୁ ସର୍ବଦା ଢ଼ାଙ୍କି କରି ରଖନ୍ତୁ ।