ରୋଷେଇ ଘର ପାଇଁ କିଛି ବିଶେଷ କଥା By Swadhikar News Last updated Sep 15, 2025 ରୋଷେଇଘର ଘରର ଏମିତି ଏକ ସ୍ଥାନ ଯେଉଁ ଠାରେ ପୂରା ଘରର ସୁଖ,ଶାନ୍ତି ଓ ସମୃଦ୍ଧି ଯୋଡି ହୋଇରହିଥାଏ । ବାସ୍ତୁରେ ମଧ୍ୟ ରୋଷେଇଘରର ସ୍ଥାନ, ଦିଗ ଏବଂ ଏହି ଘରେ ରହିବାକୁଥିବା ସମସ୍ତ ବସ୍ତୁ ବିଷୟରେ ଧ୍ୟାନ ରଖାଯାଏ । ରୋଷେଇଘରେ ବାସ୍ତୁ ଦୋଷ ହେଲେ ଘରେ ସର୍ବଦା ଅଶୁଭ ଛାୟା ପଡିରହିଥାଏ । ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଘରର ରୋଷେଇଘରେ କେଉଁ କେଉଁ ନୟମର ପାଳନ କରାଯାଏ । • ରୋଷେଇ ଘରେ ଭୁଲରେ ବି ମନ୍ଦିର ତିଆରି କରନ୍ତୁ ନାହିଁ । ଯେଉଁ ଘରର ରୋଷେଇଘରେ ମନ୍ଦିର କରାଯାଇଥାଏ ସେହି ଠାରେ ସର୍ବଦା ଅସନ୍ତୋଷ ଦେଖାଯାଇଥାଏ । • ରୋଷେଇଘର ଏବଂ ବାଥରୁମ୍ ଏକା ସିଧାରେ ତିଆରି କରିବା ଅଶୁଭ ହୋଇଥାଏ । ଏହା ଦ୍ବାରା ଘରେ ନକାରତ୍ମକ ଉର୍ଜ୍ଜା ଘର କରିଥାଏ । ଯେଉଁ କାରଣରୁ ଘରର ସଦସ୍ୟଙ୍କ ଭିତରେ କଳିଝଗଡା ଲାଗିଥାଏ । • ଘରର ମୂଖ୍ୟ କବାଟର ଠିକ୍ ସାମ୍ନାରେ ରୋଷେଇଘର ହେବା ଉଚିତ୍ ନୁହେଁ । ବାସ୍ତୁଶାସ୍ତ୍ରରେ ଏହାକୁ ଅଶୁଭ ବୋଲି ମାନିଥାନ୍ତି । • କେବେବି ରୋଷେଇଘରେ ନଗାଧୋଇକି ପ୍ରବେଶ କରିବା କଥା ନୁହେଁ । ଏହା ଘର ପାଇଁ ଅଶୁଭ ହୋଇଥାଏ । • ଘରୁ ବାସ୍ତୁଦୋଷକୁ ଦୂର କରିବା ପାଇଁ ସର୍ବଦା ଭୋଜନର ପ୍ରଥମ ଭାଗ ଭଗବାନ କିମ୍ବା ଗାଇଙ୍କ ପାଖରେ ସର୍ମପଣ କରିବା ଉଚିତ୍ । ଏହା କରିବା ଦ୍ବାରା ବାସ୍ତୁଦୋଷ କମ୍ ହୋଇଥାଏ । bastuswadhikarswadhikar news Share