Odia News Portal

ଇମ୍ୟୁନିଟି ଦୁର୍ବଳ ହେବାର ୫ ସଙ୍କେତ

କୋଭିଡ୍‌-୧୯ ମହାମାରୀ ଆରମ୍ଭ ପରେ ହିଁ ଇମ୍ୟୁନିଟି / ପ୍ରତିରକ୍ଷା / ରୋଗ ପ୍ରତିରୋଧକ କ୍ଷମତା ଶବ୍ଦର ଅର୍ଥକୁ ଅଧିକାଂଶ ଲୋକ ବୁଝି ସାରିଛନ୍ତି। ଦୃଢ଼ ଇମ୍ୟୁନିଟି ଶରୀରକୁ ଭାଇରାଲ , ଭାକ୍ଟେରିଆଲ , ଫଙ୍ଗଲ  ବା ପ୍ରୋଟୋଜୋଆ ଆଦିରେ ସଂକ୍ରମିତ ହେବାରୁ ସୁରକ୍ଷା ଦେଇଥାଏ । ଇମ୍ୟୁନିଟି ହ୍ୱାଇଟ ବ୍ଲଡ୍‌ ସେଲ୍‌ , ଲିମ୍ଫ ନୋଡ୍ସ ଓ ଆଣ୍ଟିବଡିରେ ତିଆରି ହୋଇଥାଏ, ଯାହା ଶରୀରକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କେତେବେଳେ ଯଦି କୌଣସି ଭାଇରସ ଶରୀର ଭିତରେ ଚାଲିଯାଏ , ତ ପ୍ରତିରକ୍ଷା ପ୍ରଣାଳୀ ଏହି ହାନିକାରକ ଭାଇରସକୁ ଚିହ୍ନି ନେଇଥାଏ ଏବଂ ଏହାକୁ ପ୍ରଭାବହୀନ କରିଦିଏ , ଯେଉଁଥିରେ ତାହା ଶରୀରକୁ କ୍ଷତି ପହଞ୍ଚାଇ ନଥାଏ ।  

ବର୍ତ୍ତମାନ ଓମିକ୍ରନରୁ ରକ୍ଷା ପାଇବା ପାଇଁ ମଧ୍ୟ ଏକ୍ସପର୍ଟମାନେ ଲଗାତାର ଇମ୍ୟୁନିଟିକୁ ଦୁର୍ବଳ କରିବାକୁ ପରାମର୍ଶ ଦେଇ ଆସୁଛନ୍ତି । ଇମ୍ୟୁନିଟି ଦୃଢ଼ କରିବାକୁ ଲୋକେ ଏକ୍ସରସାଇଜ୍‌ କରୁଛନ୍ତି , ଇମ୍ୟୁନିଟି ବୃଦ୍ଧି କରୁଥିବା ଖାଦ୍ୟ ଖାଉଛନ୍ତି , ଡ୍ରିକ୍‌ ଆଦି ସେବନ କରୁଛନ୍ତି। ହେଲେ ଆପଣଙ୍କର ଇମ୍ୟୁନିଟି ଦୁର୍ବଳ ଅଛି ବୋଲି କେମିତି ଜାଣିବେ ? ବୋଧହୁଏ ଏଥିପ୍ରତି କେବେ ଧ୍ୟାନ ଦେଇନଥିବେ । ହେଲେ ଆପଣଙ୍କୁ କିଛି ସଙ୍କେତ ବିଷୟରେ କହିବୁ , ଯେଉଁଥିରୁ ଆପଣ ଜାଣିପାରିବେ ଇମ୍ୟୁନିଟି  ଦୁର୍ବଳ ହୋଇଯାଇଛି ।

ଦୀର୍ଘ ଦିନ ଧରି ଥଣ୍ଡା –କାଶ ଲାଗି ରହିବା – ଏକ୍ସପର୍ଟଙ୍କ କହିବାନୁସାରେ , ବୟସ୍କଙ୍କ ବର୍ଷକରେ ୨-୩ ଥର ଥଣ୍ଡା-କାଶ ହେବା ସାଧାରଣ କଥା , ହେଲେ ସେଠାରେ କିଛି ଲୋକଙ୍କ ଠାରେ ଥଣ୍ଡା କାଶ ଅଧିକ ସମୟ ଧରି ହୋଇଥାଏ ବା ବାରମ୍ୱାର ହୋଇଥାଏ । ଏହା ଦୁର୍ବଳ ଇମ୍ୟୁନିଟିର ସଙ୍କେତ ହୋଇଥାଏ ।

ବାରମ୍ୱାର ଥକାନ ଅନୁଭବ କରିବା –  ରାତିରେ ୭-୮ ଘଣ୍ଟାର ନିଦ୍ରା ଯିବା ପରେ ଯେକେହି ସକାଳେ ଖୁବ୍‌ ଏନର୍ଜିଟିକ୍‌ ଅନୁଭବ କରିଥାଏ । ହେଲେ ଯାହାର ଇମ୍ୟୁନିଟି ଦୁର୍ବଳ ହୋଇଥାଏ , ସେ ରାତିରେ ପର୍ଯ୍ୟାପ୍ତ ପରିମାଣରେ ଶୋଇଥିଲେ ବି ପରଦିନ ସକାଳେ ଦୁର୍ବଳ ଅନୁଭବ କରିଥାଏ ।

ବାରମ୍ୱାର ପେଟ ସମ୍ୱନ୍ଧୀୟ ସମସ୍ୟା – ଇମ୍ୟୁନିଟିର ସମ୍ୱନ୍ଧ  ଅନ୍ତନଳୀ ଓ ପେଟରେ ମଧ୍ୟ ହୋଇଥାଏ । ଏଥିପାଇଁ ଏକ୍ସପର୍ଟ କୁହନ୍ତି କି ଯଦି କାହାର ପେଟ ଖରାପ ଅଛି, ତ ତାଙ୍କର ସ୍ୱାସ୍ଥ୍ୟ କେବେ ଭଲ ରହିନଥାଏ । ଆମର ଶରୀରରେ ପାଖାପାଖି ୭୦ ପ୍ରତିଶତ  ପ୍ରତିରକ୍ଷା –ବୃଦ୍ଧି କରୁଥିବା ଟିସୁ ଅନ୍ତନଳୀରେ ଥାଏ । ଯଦି ଆପଣ ନିୟମିତ ରୂପେ ପେଟ ସମସ୍ୟା ଯେପରିକି, କୋଷ୍ଠକାଠିନ୍ୟ , ଫୁଲା ଆଦିରେ ଆକ୍ରାନ୍ତ ରହିଥାନ୍ତି ତ ଏହି ଦୁର୍ବଳ ଇମ୍ୟୁନିଟିର ଲକ୍ଷଣ ।

ଅଧିକା ଚିନ୍ତାରେ ରହିବା  – ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀର ପ୍ରଥମ ସଙ୍କେତ ଅଧିକ ଚିନ୍ତା । ବିଶେଷଜ୍ଞଙ୍କ ମତରେ ଇମ୍ୟୁନିଟି ଉପରେ ସବୁଠୁ ଅଧିକ ପ୍ରଭାବ ଅବସାଦ ବା ଚିନ୍ତା ଉପରେ ପଡ଼ିଥାଏ ।

ଶରୀରରେ କ୍ଷତ ଭଲ ହେବାକୁ ବିଳମ୍ୱ ହେବା –  କୌଣସି କାମ କରୁଥିବା ବେଳେ ଶରୀରରେ କୌଣସି ଅଙ୍ଗରେ କ୍ଷତି ହେବା ସାଧାରଣ କଥା । ହେଲେ ଏହି କ୍ଷତ ବା ଘା ଯଦି ଶୁଖିବାକୁ ଅଧିକ ସମୟ ଲାଗେ , ତାହେଲେ ଆପଣଙ୍କର ଦୁର୍ବଳ ଇମ୍ୟୁନିଟି ଥିବାର ଜାଣିପାରିବେ । ଏଥିପାଇଁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।