ଘୁ.ଉଦୟଗିରି: ୟୁଥ୍ ଫର୍ ୱାଟର ପ୍ଲସ ଓ ଅନ୍ତରଙ୍ଗ ସହଯୋଗରେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅଧୀନ ଗ୍ରେସିଙ୍ଗିଆ ପଞ୍ଚାୟତ ଶାଳ ଜଙ୍ଗଲରେ ଆଜି ସ୍ୱାକ ପକ୍ଷରୁ ବିଶ୍ଵ ବନ ଦିବସ ଓ ବିଶ୍ଵ ଜଳ ଦିବସ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରେସିଙ୍ଗିଆ ସରପଞ୍ଚ ତ୍ରିଶିଳା ପ୍ରଧାନ ଯୋଗଦେଇଥିବା ବେଳେ ବନାଞ୍ଚଳ ଅଧିକାରୀ ମାଣିକେଶ୍ଵରୀ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ସ୍ୱାକର ପରାମର୍ଶ ଦାତା ସମିର କୁମାର ପାଢ଼ୀ, ବନରକ୍ଷକ ପ୍ରଶାନ୍ତ ସାହୁ, ସଭାପତି ଅମନ ଚନ୍ଦ୍ର ନାୟକ, ଏମ.ବି.କେ ତପସ୍ଵିନୀ ପ୍ରଧାନ ଯୋଗଦେଇଥିଲେ। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଙ୍ଗଲ ସୁରକ୍ଷା, ବିପୁଳ ମାତ୍ରାରେ ବୃକ୍ଷରୋପଣ, ବାନାଗ୍ନୀ ନିରାକରଣ, ଜଳ ସଙ୍କଟ ଦୁରକଟିବ ପାଇଁ ବର୍ଷା ଜଳ ସଂରକ୍ଷଣ, ପ୍ରାକୃତିକ ଜଳ ସଞ୍ଚୟ, ବିଶ୍ୱତାପ ନିୟନ୍ତ୍ରଣ ପାଇଁ ଗୁରୁତ୍ବ ଦେଇ ସଚେତନ ସୃଷ୍ଟି କରିବା ଏହାର ମୂଳ ଉଦ୍ଦେଶ୍ୟ। ଜଙ୍ଗଲ, ଅର୍ଥନୀତି, ଜଳ ଓ ଲିଙ୍ଗ ସମାନତା ସହିତ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ପାଇଁ ଯୁବ ସ୍ୱରୋତ୍ତଳନ ପାଇଁ ଗୁରୁତ୍ବ ଦିଆଯାଇଛି। ତୃଣମୂଳ ସ୍ତରରୁ ଏହି ସଚେତନ ବ୍ୟାପକ କରିବା ପାଇଁ ସ୍ୱାକ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ମହିଳା, ସି.ଆର୍.ପି, ୱାର୍ଡ ମେମ୍ବର, ଯୋଗାଣ ସହାୟକଙ୍କ ସମେତ ଯୁବ ପିଢ଼ି ସାମିଲ ହୋଇଥିଲେ।କାର୍ଯ୍ୟକ୍ରମକୁ ସଂଗଠନର ସହ ସମ୍ପାଦକ ସଞ୍ଜୀବ ଦିଗାଲ ପରିଚାଳନା, ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସମ୍ପାଦକ ହୃଷିକେଶ ପ୍ରଧାନ ଉପସ୍ଥାପନ କରିଥିଲେ ଏବଂ ଉପ ସଭାନେତ୍ରୀ ସସ୍ମିତା ମଲ୍ଲିକ ଧନ୍ୟବାଦ ଦେଇଥିବା ବେଳେ ମିନାକ୍ଷୀ ପ୍ରଧାନ ସହଯୋଗ କରିଥିଲେ।
