Odia News Portal

ଆଜି ନୀତୀଶ କୁମାରଙ୍କ ଭାଗ୍ୟ ପରୀକ୍ଷା

ଆରଜେଡି ଛାଡି ବିଜେପି ସହଯୋଗରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ ଆଜି ଆସ୍ଥା ଭୋଟର ସାମ୍ନା କରିବେ। ଆସ୍ଥା ଭୋଟରେ ବିଜୟୀ ହେଲେ ବିଦ୍ଧିବଦ୍ଧ ଭାବେ ସରକାର ଗଢିବେ ନୀତୀଶ କୁମାର। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଆସନ ଆବଶ୍ୟକ। ବିଜେପି-ଜେଡି (ୟୁ) ମେଣ୍ଟ ପାଖରେ ୧୨୮ ସଦସ୍ୟ ଥିବା ଦାବି କରାଯାଉଛି।ବିଜେପି ପାଖରେ ୭୮ଟି ଆସନ ଥିବାବେଳେ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ, ଜେଡି (ୟୁ) ପାଖରେ ୪୫ ଏବଂ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚଏଏମ) ପାଖରେ ଚାରିଟି ଆସନ ରହିଛି। ଅବଶିଷ୍ଟ ଆସନଟି ଜଣେ ସ୍ୱାଧୀନ ବିଧାୟକଙ୍କ ପାଖରେ ଅଛି। ଅନ୍ୟପଟେ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ସହଯୋଗୀ କଂଗ୍ରେସ ୧୧୪ ଟି ଆସନ ପାଇଛନ୍ତି। ନୀତୀଶଙ୍କୁ ସରକାର ଗଢିବାକୁ ହେଲେ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଆଜି ବିହାର ବିଧାନସଭାରେ ବଜେଟ୍ ଅଧିବେଶନ ବସିବ। ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସ୍ଥା ଭୋଟରେ ସମ୍ମୁଖୀନ କରିବେ। ତେବେ କେତେ ଜଣ ବିଧାୟକଙ୍କ ସମର୍ଥନ ନୀତୀଶଙ୍କ ସହ ରହୁଛି, ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ।