Odia News Portal

ଓଡ଼ିଶାକୁ ମହତ୍ୱପୂର୍ଣ୍ଣ ସ୍ଥାନକୁ ନେବା ପାଇଁ ପ୍ରୟାସ ଚଳାଉଛୁ : ମୋଦି

ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ୱପୂର୍ଣ୍ଣ ସ୍ଥାନକୁ ନେବା ପାଇଁ ପ୍ରୟାସ ଚଳାଉଛୁ । ଭାରତର ସବୁ ରାଜ୍ୟ ବିକଶିତ ହେଲେ ଦେଶ ବିକଶିତ ହୋଇପାରିବ । ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସିଛୁ । ଗତ ୧୦ ବର୍ଷରେ ପେଟ୍ରୋଲିୟମ କ୍ଷେତ୍ରରେ ଦେଢ ଲକ୍ଷ କୋଟିର ନିବେଶ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରସ୍ଥିତ ଆଇଆଇଏମ କ୍ୟାମ୍ପସରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅନ୍ୟ ନେତୃବୃନ୍ଦଙ୍କୁ ସମ୍ବୋଧନ କରି ଏହା କହିଛନ୍ତି। ଏହାଛଡ଼ା ସେ କହିଛନ୍ତି ଯେ ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ୧୨ ଗୁଣ ଅଧିକ ଅର୍ଥ ଦିଆଯାଇଛି । ଓଡ଼ିଶାର ଗ୍ରାମାଞ୍ଚଳରେ ୫୦ ହଜାର କିମି ରାସ୍ତା ହୋଇଛି । ୪ ହଜାର କିମି ଜାତୀୟ ରାଜପଥ ନିର୍ମାଣ କରାଯାଇଛି । ପୁରୀ-ସୋନପୁର ଏକ୍ସପ୍ରେସ ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ ରେଳ ଗଡ଼ିଲା । ସୁବର୍ଣ୍ଣପୁରବାସୀ ଏବେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସୁବିଧାରେ ପାଇବେ । ନୂଆ ଖଣି ନିମୟ ଯୋଗୁଁ ଓଡ଼ିଶାକୁ ଅଧିକ ୧୦ ଗୁଣା ଲାଭ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଆଜି ଓଡ଼ିଶାର ବିକାଶ ଯାତ୍ରା ପାଇଁ ବଡ଼ ମହତ୍ୱପୂର୍ଣ୍ଣ ଦିନ । ଓଡ଼ିଶା ଲୋକଙ୍କୁ ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ବଧାଇ । ସମାଜର ସବୁ ବର୍ଗର ଲୋକ ଏଥିରୁ ଲାଭ ପାଇବେ । ଏହି ପ୍ରକଳ୍ପ ଓଡ଼ିଶାର ନବଯୁବକଙ୍କୁ ରୋଜଗାର ଯୋଗାଇବ ବୋଲି ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଆଇଆଇଏମର ନୂଆ କ୍ୟାମ୍ପସର ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିଛନ୍ତି। ଏହା ସହ ୬୮ ହଜାର କୋଟି ବ୍ୟୟ ଅଟକଳରେ ପ୍ରାୟ ୧୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି ମୋଦୀ । ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସ୍ଥାନୀୟ ସାଂସଦ, ବିଧାୟକ ଓ ଅନ୍ୟ କିଛି ମନ୍ତ୍ରୀ ଯୋଗ ଦେଇଛନ୍ତି । ଏହି ଅବସରରେ ବହୁ ସଂଖ୍ୟାରେ ଆୟୋଜିତ ସାଧାରଣ ସଭାରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ।