Odia News Portal

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ

ପରଲୋକଗତ ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକଙ୍କ ଦେହାନ୍ତରେ ଓଡ଼ିଶା ସଙ୍ଗୀତ ଜଗତରେ ଶୋକ ପ୍ରକାଶ ପାଇଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ କରାଯିବ । ପୁରୀ ସ୍ୱର୍ଗଦ୍ୱାରରେ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ । କର୍କଟ ସହ ସଂଗ୍ରାମ କରୁଥିବା ଲୋକପ୍ରିୟ ଗାୟିକା ଶାନ୍ତିଲତା ବାରିକଙ୍କର ଗତକାଲି ଭୁବନେଶ୍ବରର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଥିଲା ।ତାଙ୍କର ମୃତ୍ୟୁ ନେଇ ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଥିଲେ ।

ଅଶୀ ଦଶକରେ ଓଡ଼ିଆ ଭକ୍ତି ସଙ୍ଗୀତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ଶାନ୍ତିଲତା ବାରିକ । ଅସଂଖ୍ୟ ଭଜନ ଗାଇ ଶ୍ରୋତାଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ଶାନ୍ତିଲତା ବାରିକ ।