Odia News Portal

କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ,ଆସନ୍ତାକାଲି ନେବେ ଶପଥ 

କେନ୍ଦୁଝର ବିଧାୟକ ମୋହନ ମାଝୀ ହେବେ ମୁଖ୍ୟମନ୍ତ୍ରୀ । ପାଟଣାଗଡ ବିଧାୟକ କେଭି ସିଂହଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ହେବେ ଉପ-ମୁଖ୍ୟମନ୍ତ୍ରୀ । ଏନେଇ ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେଇଛି । ତେବେ ଜଣେ ମୁଖ୍ୟମନ୍ତ୍ରୀ ଏବଂ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ଫର୍ମୁଲାରେ ଓଡିଶାରେ ସରକାର ଗଢିବ ବିଜେପି । ଆସନ୍ତାକାଲି ଏହି ନେତାମାନେ ବିଧିବଦ୍ଧ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ ବୋଲି ଜଣାପଡିଛି ।