Odia News Portal

ତାଜ୍ ଏକ୍ସପ୍ରେସରେ ନିଆଁ

ସୋମବାର ଦିନ ଦକ୍ଷିଣ ପୂର୍ବ ଦିଲ୍ଲୀର ସରିତା ବିହାର ନିକଟରେ ତାଜ୍ ଏକ୍ସପ୍ରେସ୍ ଟ୍ରେନର ୪ଟି ବଗିରେ ନିଆଁ ଲାଗିଥିବା ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ) ଅଧିକାରୀ କହିଛନ୍ତି, “ତାଜ ଏକ୍ସପ୍ରେସ ଟ୍ରେନର ଚାରିଟି କୋଚରେ ନିଆଁ ଲାଗିବା ନେଇ ଆମେ ୪.୨୪ ରେ ଏକ କଲ ପାଇଥିଲୁ।ଖବର ପାଇ ୫ଟି ଦମକଳ ବାହିନୀ ନିଆଁକୁ ଆୟତ କରିବା ପାଇଁ ନିୟୋଜିତ ହୋଇଥିଲେ । ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।