Odia News Portal

ତାଣ୍ଡବ ରଚୁଛି ‘ମିଗଜୋମ’

ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଉଁଛି ବାତ୍ୟା ‘ମିଗଜୋମ’। ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶର ସ୍ଥଳଭାଗରେ ତାଣ୍ଡବ ରଚୁଛି ବାତ୍ୟା। ଖବର ଲେଖା ହେବା ସୁଦ୍ଧା, ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଜାରି ରହିଥିଲା।

ଲ୍ୟାଣ୍ଡଫଲ୍ ସ୍ଥଳରେ ପବନ ବେଗ ୯୦ରୁ ୧୧୦ କିମି ରହିଛି। ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା ଦୁର୍ବଳ ହୋଇଯିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।