Odia News Portal

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

 ଦିଲ୍ଲୀ ଏନସିଆରରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୂଚନା ଅନୁଯାୟୀ, ରବିବାର ଦିଲ୍ଲୀ, ଗୁରୁଗ୍ରାମ ଏବଂ ନୋଏଡା ସହ ଅନେକ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭବ କରିଥିଲେ ଲୋକେ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଫରିଦାବାଦ ନିକଟରେ ଥିଲା। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୩.୧ ଥିଲା ବୋଲି କୁହାଯାଇଛି ।

ଗତ ଦୁଇ ସପ୍ତାହରେ ଦ୍ବିତୀୟ ଥର ପାଇଁ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅକ୍ଟୋବର ୩ରେ ମଧ୍ୟ ମଧ୍ଯମ ଧରଣର ଭୂକମ୍ପରେ ଥରିଥିଲା ଉତ୍ତର ଭାରତ ।