ଦୀପାବଳିରେ ଅଘଟଣ। ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ତୁଳା ଗଦା। ନୂଆପଡା ଜିଲ୍ଲା ସିନାପାଲି ସହରରେ ଆଜି ସନ୍ଧ୍ୟାରେ ଘଟିଛି ଏଭଳି ଅଘଟଣ। ଘର ସମ୍ମୁଖରେ ପିଲାମାନେ ବାଣ ଫୁଟାଉଥିବା ବେଳେ ନିଆଁ ଘରେ ଥିବା ତୁଳାଗଦାରେ ନିଆଁ ଲାଗିଥିଲା।
ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ବେଳକୁ ତୁଳା ଗଦା ପୋଡ଼ି ନଷ୍ଟ ହୋଇ ଯାଇଥିଲା। ସହରରେ ରହୁଥିବା ଜମିର ଖାନଙ୍କ ଲକ୍ଷାଧିକ ଟଙ୍କାର ତୁଳା, ବ୍ୟବସାୟିକ ସାମଗ୍ରୀ, ଘର ଚଳଣି ସାମଗ୍ରୀ ପୋଡ଼ି ନଷ୍ଟ ହୋଇ ଯାଇଛି।