Odia News Portal

ପୁନମ ପାଣ୍ଡେଙ୍କ ଦେହାନ୍ତ

ଅଭିନେତ୍ରୀ ତଥା ସୋସିଆଲ ମିଡିଆ ସେନ୍ସସେସନ ପୁନମ ପାଣ୍ଡେଙ୍କ ଦେହାନ୍ତ ହୋଇଛି । ଅଭିନେତ୍ରୀଙ୍କ ଗର୍ଭାଶୟ କର୍କଟରେ ମୃତ୍ୟୁ ଘଟିଛି ବୋଲି ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦିଆଯାଇଛି । ତେବେ ଅଭିନେତ୍ରୀଙ୍କ ଦେହାନ୍ତ ଖବର ଶୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।