Odia News Portal

ପୋଲିସ ହାତରେ ୨ ଲୁଟେରା

ଧରାପଡିଲେ ଦୁଇ ଲୁଟେରା । ଏକୁଟିଆ ଦେଖି ଜଣେ ମହିଳାଙ୍କ ଠାରୁ ଝାମ୍ପିନେଇଥିଲେ ତାଙ୍କ ଭ୍ୟାନିଟ୍ ବ୍ୟାଗ । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଉକ୍ତ ମହିଳା ଜଣଙ୍କ । ଅଭିଯୋଗକୁ ଆଧାରକରି ଆଜି ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ ନାୟକ ଓ ଦିଲ୍ଲୀପ ନାୟକ । ଖବର ମୁତାବକ, ଏକ ହଳଦିଆ ପଲସରରେ ଆସି ଚନ୍ଦନ, ଦିଲ୍ଲୀପ ଓ ତାଙ୍କର ଆଉ ଏକ ସହଯୋଗୀ ଜଣେ ମହିଳାଙ୍କୁ ଏକୁଟିଆ ଦେଖି ତାଙ୍କ ଠାରୁ ଭ୍ୟାନିଟ ବ୍ୟାଗ ଛଡାଇ ନେଇଥିଲେ । ଘଟଣାରେ ଦୁଇ ଜଣ ଗିରଫ ହୋଇଥିବାବେଳେ, ସେମାନଙ୍କ ଅନ୍ୟ ଜଣେ ସହଯୋଗୀ ଫେରାର ରହିଛି ।