Odia News Portal

ବାରଣାସୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ’

୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର କାଶୀ ଲୋକସଭା ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ କରିବାର ଗୋଟିଏ ଦିନ ପୂର୍ବରୁ ସୋମବାର ସନ୍ଧ୍ୟାରେ ବାରଣାସୀରେ ୬ କିଲୋମିଟର ଲମ୍ବା ରୋଡ୍‌ ସୋ କରିଛନ୍ତି। ଏହି ପ୍ରସ୍ତାବିତ ରୋଡ୍‌ ସୋ’ରେ ୫ ହଜାରରୁ ଅଧିକ ମାତୃଶକ୍ତି (ମହିଳା) ପଦଯାତ୍ରା କରିଛନ୍ତି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମାଲବ୍ୟ ଚୌରାହାରୁ ଶ୍ରୀ କାଶୀ ବିଶ୍ୱନାଥ ଧାମ ପର୍ଯ୍ୟନ୍ତ ଏହି ରୋଡ୍‌ ସୋ ଅନୁଷ୍ଠିତ ହେବ। ଏହା ସନ୍ଥ ରବିଦାସ ଗେଟ୍‌, ଆସି, ଶିବଳା, ସୋନାରପୁରା, ଜଙ୍ଗମବାଡ଼ି, ଗୋଦାଉଳିଆ ଦେଇ ଯାତ୍ରା କରିବ।ସୂତ୍ରରୁ ପ୍ରକାଶ ଯେ ମୋଦୀ ବିଏଲ୍‌ଡବ୍ଲ୍ୟୁ ଗେଷ୍ଟହାଉସରେ ରାତି ବିତାଇବେ।