Odia News Portal

ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ

ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ତଥାକଥିତ ପ୍ରେମିକା ସୋମାଲିକା ଦାଶଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି। ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ ହୋଇଛି। ବିବାହ ପାଇଁ ଆବେଦନ ପତ୍ରରେ ତ୍ରୁଟିଥିବାରୁ ଖାରଜ କରିଦେଇଛନ୍ତି କଟକ ବିବାହ ପଞ୍ଜୀକରଣ ଅଧିକାରୀ। ଅର୍ଥାତ ଏବେ ପ୍ରତ୍ୟୁଷା ନନ୍ଦଙ୍କୁ ବିଜୟ ଶଙ୍କର ବିବାହ କରିପାରିବେ ନାହିଁ।

ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ କରିବା ପାଇଁ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ଆବେଦନ କରିଥିଲେ। ସତ୍ୟପାଠରେ ପ୍ରତ୍ୟୁଷା ଅଭିବାହିତା ବୋଲି ଦର୍ଶାଇଥିଲେ। ହେଲେ ଏହାକୁ ଜୋରଦାର ବିରୋଧ କରିଥିଲେ ସୋମାଲିକା ଦାଶ। ପ୍ରତ୍ୟୁଷା ପୂର୍ବରୁ ବିବାହ କରିଥିବା ବେଳେ ସତ୍ୟପାଠରେ କେମିତି ଅବିବାହିତା ବୋଲି ଦର୍ଶା ଯାଇଛି ବୋଲି ପ୍ରଶ୍ନ କରିଥିଲେ ସୋମାଲିକା।