ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ମିଳିତ ଆକର୍ଷଣ। ସେ ହେଉଛନ୍ତି ସମଗ୍ର ବିଶ୍ୱର ‘ରାଜା’। ଏନେଇ ରୀତିନୀତି ଓ ବେଶଭୂଷାରେ ଦେଖିବାକୁ ମିଳେ ରାଜକୀୟ ଠାଣି। ଠାକୁରଙ୍କ ସୁନାବେଶ ଏହା ହିଁ କୁହେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟିଯାଇଛି ଜନସମୁଦ୍ର