Odia News Portal

ମେ’ ୩୧ ଯାଏଁ ଜେଲ୍‌ରେ ରହିବେ ମନୀଷ ସିସୋଦିଆ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଶ୍ବସ୍ତି ମିଳିଲା ନାହିଁ । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ତାଙ୍କ ଜେଲ ଅବଧିକୁ ମେ’ ୩୧ ଯାଏଁ ବଢ଼ାଇ ଦେଇଛନ୍ତି । ସେପଟେ ଆଜି ଦିଲ୍ଲୀ ହାଇକୋର୍ଟ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ ।

ମନୀଷ ସିସୋଦିଆଙ୍କୁ ସିବିଆଇ ଗତବର୍ଷ ଫେବୃଆରୀ ୨୬ରେ ଗିରଫ କରିଥିଲା ।

ଏହା ପରେ ମାର୍ଚ୍ଚ ୯ରେ ଇଡି ତାଙ୍କୁ ଗିରଫ କରିଥିଲା । ଆଜି ରାଉଜ ଆଭେନ୍ୟୁ କୋର୍ଟ ସିସୋଦିଆ ଜେଲ ଅବଧି ବଢ଼ାଇ ଦେଇଛନ୍ତି । ଭିଡିଓ କନପରେନ୍ସିଂ ମାଧ୍ୟମରେ ସେ କୋର୍ଟରେ ହାଜର ହୋଇଥିଲେ । ରାଉଜ ଆଭେନ୍ୟୁ କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ମେ ୩୧ ରେ ହେବ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ଇଡି । ସେ ଏବେ ଲୋକସଭା ନିର୍ବାଚନ ପ୍ରଚାର ଲାଗି ଅନ୍ତରୀଣ ଜାମିନ ପାଇ ବାହାରକୁ ଆସିଛନ୍ତି । ଜୁନ୍ ୧ରେ ତାଙ୍କ ଜାମିନ ଅବଧି ଶେଷ ହେଉଥିବା ବେଳେ କେଜ୍ରିଓ୍ବାଲ ଜୁନ ୨ରେ ପୁଣି ଥରେ ତିହାର ଜେଲ ଫେରିଯିବେ ।