Odia News Portal

ସିବିଆଇ ଭୟ ଦେଖାଇ ୨୦ଲକ୍ଷ ଟଙ୍କା ଠକି ନେଲେ ସାଇବର ଅପରାଧି

ଝାରସୁଗୁଡ଼ାରେ ଜଣେ ବ୍ୟକ୍ତି ବଡ଼ ଧରଣର ସାଇବର ଠକେଇଇର ଶିକାର ହୋଇ ଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି । ଭୂର୍କାମୁଡ଼ା ସ୍ଥିତ ବେଦାନ୍ତର ଏକ ସହଯୋଗୀ କମ୍ପାନୀରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୨୦ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ବେଦାନ୍ତର ଏକ ଠିକା କମ୍ପାନୀରେ ଅଧିକାରୀ ଥିବା ଜଗଦୀଶ କେ.

ଭାରଦ୍ବାଜ ଗୁଜୁରାଟ ସୁରାଟର ମୂଳ ବାସିନ୍ଧା ସେ ସମଲେଶ୍ବରୀ ହସ୍ପିଟାଲ ପାଖ କମ୍ପାନୀର ଏକ ଗେଷ୍ଟ ହାଉସରେ ରହୁଛନ୍ତି।

କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କୁ ଫୋନ କରି ନିଜକୁ ମୁମ୍ବାଇ ସିବିଆଇ ଅଧିକାରୀ ଭାବରେ ପରିଚୟ ଦେବା ସହିତ ମନି ଲଣ୍ଡରିଂରେ ତୁମ ଭୂମିକା ରହିଛି, ବହୁତ ଅସୁବିଧାରେ ପଡ଼ିଯିବ ବୋଲି ଭୟ ଦେଖାଇଥିଲା। ତେବେ ୨୦ଲକ୍ଷ ଟଙ୍କା ଦେଲେ ମାମଲା ରଫାଦଫା କରିଦେବି ବୋଲି ସମ୍ପୃକ୍ତ ବ୍ୟକ୍ତିଜଣକ ଆଶ୍ବାସନା ଦେଇଥିଲା। ଏମିତିରେ ଅଭିଯୋଗକାରୀ ଆଇନ ଫାନ୍ଦରୁ ବଞ୍ଚିବା ଆଶାରେ ଉକ୍ତ ୨୦ଲକ୍ଷ ଟଙ୍କା ‌ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟ୍ରାନ୍ସଫର କରି ଦେଇଥିଲେ। ହେଲେ ଶେଷରେ ସେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଆଜି ସଦର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏତଲା ଦାୟର କରି ତଦନ୍ତ ଜାରି ରଖିଛି।