ସୋମବାର ଯାଏଁ ମୁଲତବି ହେଲା ବିଧାନସଭା । ଆଜି ବାରମ୍ବାର ଗୃହ କାର୍ଯ୍ୟ ବ୍ୟାଘାତ ହେବା ପରେ ସୋମବାର ଯାଏଁ ଗୃହ କାର୍ଯ୍ୟକୁ ମୁଲତବି କରିଛନ୍ତି ବାଚସ୍ପତି ।
ସୂଚନା ଅନୁସାରେ, ଆଜି ବିଧାନସଭା ଦ୍ୱିତୀୟ ପଯ୍ୟାୟ ବଜେଟ ଅଧିବେଶନର ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି ସୁରମା ପାଢୀ ।
ଦିନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ । ବିଧାନସଭାରେ ବିଜୁ ବାବୁ ପ୍ରସଙ୍ଗ ଉଠାଇ ବିକ୍ଷୋଭ ବିଜେଡି ବିଧାୟକ ବିକ୍ଷୋଭ କରିଥିବା ବେଳେ ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ନାରାବାଜି କରି ହଙ୍ଗାମା କରିଥିଲେ । ଅନ୍ୟପଟେ ଆଜି ନାରୀ ସୁରକ୍ଷା ଓ ବିପଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିଧାନସଭା ପରିସରରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ କଂଗ୍ରେସ ସଦସ୍ୟ ।