Odia News Portal

ସଡ଼କ ଦୁର୍ଘଟଣା; ଜଳିଗଲେ ୫ ଯାତ୍ରୀ

ମଥୁରାର ଯମୁନା ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟି ୫ଜଣ ଜୀବନ୍ତ ଦଗ୍ଧ ହେବା ଭଳି ଏକ ଅମାନବୀୟ ଅଘଟଣ ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଏକ ସ୍ପିଫ୍ଟ ଡିଜାୟାର୍ କାର ଚାଳକଙ୍କ ସାମାନ୍ୟ ଅସାବଧାନତା ଯୋଗୁ ସାମ୍ନାରେ ଯାଉଥିବା ଏକ ବସ୍‌କୁ ତାଙ୍କ ଗାଡ଼ିଟି ଧକ୍କା ଦେଇଥିଲା ।

ତେବେ କାରରେ ସେତେବେଳେ କାର ଚାଳକଙ୍କୁ ମିଶାଇ ମୋଟ୍ ୫ଜଣ ଥିଲେ । ଅନ୍ୟପକ୍ଷେ ଧକ୍କା ଲାଗିବା ଫଳରେ କାରଟି ଓଲଟି ପଡିଥିଲା ଏବଂ ତତ୍‌କ୍ଷଣାତ୍ ନିଆଁ ଲାଗିଯାଇଥିଲା । ଫଳରେ କାର ମଧ୍ୟରେ ଥିବା ୫ଜଣ ବାହାରକୁ ଆସିପାରିନଥିଲେ କିମ୍ବା କେହି ସେମାନଙ୍କୁ ବଞ୍ଚାଇବା ପାଇଁ ସୁଯୋଗ ମଧ୍ୟ ପାଇନଥିଲେ ।କେହି କେହି ଏକଥା ମଧ୍ୟ କହୁଛନ୍ତି ଯେ, ବସ୍‌ର ଚକା ଲିକ୍ ହୋଇଯିବା କାରଣରୁ ଚାଳକ ପ୍ରଥମେ ଗାଡି ଉପରୁ ନିୟନ୍ତ୍ରଣ ହରାଇବସିଥିଲେ । ଫଳରେ ବସ୍‌ଟି ଯାଇ ରାସ୍ତା ପାଶ୍ୱର୍ ଡିଭାଇଡରରେ ପିଟି ହୋଇଯାଇଥିଲା । ସେହି ସମୟରେ କାରଟି ପଛରୁ ଦ୍ରୁତଗତିରେ ଆସୁଥିବାରୁ ନିୟନ୍ତ୍ରଣ ରଖିନପାରି ବସ୍ ପଛପଟେ ଜୋରଦାର ଧକ୍କା ଦେଇଥିଲା । ତେବେ ବସ୍‌ରେ ଥିବା ଯାତ୍ରୀମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି । ପୁଲିସ୍ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ଆଜି ସକାଳ ୮.୪୫ ସମୟରେ ଏହି ଅଘଟଣ ଘଟିଛି ।