Odia News Portal

୨୫ରେ ନୂଆଦିଲ୍ଲୀ ନାସ୍‌ନାଲ୍ ମାରାଥନ୍‌

ଭାରତୀୟ ଆଥ୍‌ଲେଟିକ୍ସ ମହାସଂଘ (ଏଏଫ୍‌ଆଇ) ଦ୍ୱାରା ଜାତୀୟ ଇଭେଣ୍ଟ୍ ଭାବେ ମାନ୍ୟତାପ୍ରାପ୍ତ ତଥା ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସର କ୍ୱାଲିଫାଇଙ୍ଗ୍ ମିଟ୍ ନୂଆଦିଲ୍ଲୀ ମାରାଥନ୍‌ର ନବମ ସଂସ୍କରଣ ସ୍ଥାନୀୟ ଜବାହର ଲାଲ୍ ନେହରୁ ଷ୍ଟାଡିୟମ୍‌ରେ ଫେବୃଆରୀ ୨୫ରେ ଅନୁଷ୍ଠିତ ହେବ । ଏଲିଟ୍ ରନର୍‌ଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ବିଭାଗର ଶୀର୍ଷ ପାଞ୍ଚଜଣଙ୍କୁ ପୁରସ୍କାର ରାଶିରେ ସମ୍ମାନିତ କରାଯିବ ।

ଉଭୟ ବର୍ଗର ଶୀର୍ଷ ମାରାଥନର୍‌ଙ୍କୁ ଦେଢ଼ ଲକ୍ଷ ଏବଂ ଦ୍ୱିତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ।ସେହିପରି ୩ୟରୁ ୫ମ ସ୍ଥାନରେ ରହିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୫୦ ହଜାର, ୩୦ ହଜାର ଓ ୩୦ ହଜାର ଟଙ୍କା ପୁରସ୍କାର ଦିଆଯିବ । ପ୍ୟାରିସ୍ ଅଲିମ୍ପିକ୍ସ ମାରାଥନ୍ ରେସ୍ ପାଇଁ ଉଭୟ ପୁରୁଷ ଓ ମହିଳା ବର୍ଗରେ ଯୋଗ୍ୟତା ସମୟ ଯଥାକ୍ରମେ ୨ ଘଣ୍ଟା ୮ ମିନିଟ୍ ୧୦ ସେକେଣ୍ଡ୍ ଏବଂ ୨ ଘଣ୍ଟା ୨୬ ମିନିଟ୍ ୫୦ ସେକେଣ୍ଡ୍ ରହିଛି । ଟୋକିଓ ଅଲିମ୍ପିକ୍ସରେ କୌଣସି ଭାରତୀୟ ମାରାଥନର୍ ଭାଗ ନେଇନଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ କେହି ଯୋଗ୍ୟତା ହାସଲ କରିନାହାନ୍ତି । ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଇଙ୍ଗ୍ ୱିଣ୍ଡୋ ଜୁନ୍ ୩୦ ତାରିଖରେ ବନ୍ଦ ହେବ । ଗତ ବର୍ଷର ନୂଆଦିଲ୍ଲୀ ମାରାଥନ୍‌ରେ ମାନ୍ ସିଂହ ୦୨:୧୪:୧୩ ସମୟ ସହ ପୁରୁଷ ଏଲିଟ୍ ବର୍ଗ ରେସ୍ ଜିତିଥିବା ବେଳେ ଜ୍ୟୋତି ଶଙ୍କର ଗାୱାଟେ ୦୨:୫୩:୦୪ ସମୟ ସହ ମହିଳା ବିଭାଗର ଶୀର୍ଷ ପୁରସ୍କାର ଜିତିଥିଲେ ।