Odia News Portal

ଅଗ୍ନିକାଣ୍ଡରେ ଜଳିଗଲା ବିଲ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଂଶଡା ଥାନା ଅଧିନ ପଞୁଟିକ୍ରୀ ପଞ୍ଚାୟତ ବାଲିଘାଇ ଗ୍ରାମରେ ବିଳମ୍ବିତ ରାତିରେ ଭିମସେନ ସାହୁ ଘରେ ଶୋଇଥିବା ସମୟରେ ବିଲରେ ଥିବା ୧୦ଏକର ଧାନ ବାଡିରେ ନିଆଁ ଲାଗିଯାଇଥିଲା l  ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚି ନିଆ ଲିଭାଇବା ପାଇଁ ଚେଷ୍ଟା କରିବା ସହିତ ଦମକଳ କୁ ଫୋନ କରିଥିଲେ ଦମକଳ ଗାଡି ବିଳମ୍ବରେ ପହଞ୍ଚିବା ବେଳକୁ ଧାନଗଦା ସମ୍ପୂର୍ଣ୍ଣ ଜଳିଯାଇଥିଲା।

ଭିମସେନ ଜଣେ ଦିନ ମଜୁରିଆ ହୋଇ ଥିବାରୁ ଧାର କରଜ କରିବା ସହିତ ସେବା ସମବାୟ ସମିତିରୁ ରୁଣ ଆଣି ଚାଷ କରିଥିଲେ।ଭିମସେନଙ୍କ ଅଭିଯୋଗ ତାଙ୍କ ଧାନ ଗଦାରେ କେହି ଦୃବୁତ ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିବା କହିଛନ୍ତି। ଘଟଣାର ତଦନ୍ତ କରି ଦୋଷିକୁ ଦଣ୍ଡ ଦେବା ସହିତ ଧାନର ମୁଲ୍ୟ ଦେବାକୁ ଦାବି କରିଛନ୍ତି l