Odia News Portal

ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ

ଭୟଙ୍କର ଘଟଣା…BMC ଅଫିସ ଭିତରେ ଆକ୍ରମଣ ଦୃଶ୍ୟ ପଦାକୁ ଆସିଲା…ଅତିରିକ୍ତ କମିଶନରଙ୍କୁ ମାଡ଼ର ଦୃଶ୍ୟ ପଦାକୁ ଆସିଲା…ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟୁଛନ୍ତି ଯାହାର ଭୟଙ୍କର ଦୃଶ୍ୟ ପଦାକୁ ଆସିଛି । ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାଡ଼ ମାରୁଥିବାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ଯାହା ଭିଡ଼ିଓରେ ମଧ୍ୟ ଦେଖିବାକୁ ମିଳୁଛି ।

ତେବେ ବିଏମସି ଅଫିସ ଚାମ୍ବରରେ ଜନ ଶୁଣାଣି ସମୟରେ ପଶି ଆକ୍ରମଣ କରିଛନ୍ତି କିଛି ଦଳୀୟ କର୍ମୀ। କଲର ଧରି ରତ୍ନାକର ସାହୁଙ୍କୁ ବାହାରକୁ ଘୋଷାଡ଼ି ଆଣିଲେ କିଛି ଲୋକେ। ମାଡ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏନେଇ ବିଏମସି ଅଫିସରେ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି…