Odia News Portal

ଅଦିନିଆ ବର୍ଷାରେ ବେହାଲ ଭୁବନେଶ୍ୱର

ବର୍ଷାରେ ବେହାଲ ଭୁବନେଶ୍ବର , ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । ଆଷାଢ଼ ମାସ ଆସିନି କିନ୍ତୁ ଭୁବନେଶ୍ୱରରେ ଗତକାଲିର  ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ମୋହନ ମାଝୀ ।  ରାଜସ୍ୱ ଅଧିକାରୀଙ୍କ କର୍ମ ଶାଳାରେ ମୁଖ୍ୟମନ୍ତ୍ରୀ କହିଛନ୍ତି , ଆଷାଢ଼ ମାସ ଆସିନାହିଁ କିନ୍ତୁ ଗତକାଲି ବର୍ଷରେ ଭୁବନେଶ୍ୱର ବେହାଲ ହେଉଛି  । ପୁରୁଣା ଭୁବନେଶ୍ବରରେ ରାସ୍ତା ଦବି ଯାଉଛି । ଏ ଦିଗରେ ଆମକୁ ଗୁରୁତ୍ଵ ଦେବାର ଆବଶ୍ୟକ ରହିଛି । ବନ୍ୟା ବାତ୍ୟାର ମୁକାବିଲା ପ୍ରସ୍ତୁତି ଏବଠୁ ଆରମ୍ଭ ହେବା ଆବଶ୍ୟକ । ଚଳିତ ବର୍ଷ ଅଧିକ ବର୍ଷା ହେବାର ଆକଳନ ହୋଇଛି । ତେଣୁ ବନ୍ୟା ବାତ୍ୟା ପାଇଁ ଆମକୁ ଏବେଠୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସମସ୍ତ ରାଜସ୍ୱ ଅଧିକାରୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅସରାଏ ବର୍ଷା ହେଲେ ପାଣିରେ ଉବୁଟୁବୁ ହେଉଛି ସ୍ମାର୍ଟସିଟି । ସବୁଥର ଭଳି ଏଥର ମଧ୍ୟ ଇସ୍କନ ମନ୍ଦିର ସାମ୍ନାରେ ବୃହତ ଜଳାଶୟର ଭ୍ରମ ସୃଷ୍ଟି ହେଉଛି । ଭୁବନେଶ୍ୱରର ଅନେକ ଜାଗା ମଧ୍ୟ ଏହି ଅଦିନିଆ ବର୍ଷାରେ ଜଳମଗ୍ନ ହୋଇଯାଉଛି । ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି ଆନେକ ସ୍ଥାନରେ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ।