Odia News Portal

ଅଧବାଟରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ, ଚିକିତ୍ସା ପୂର୍ବରୁ ଚାଲିଗଲା ରୋଗୀଙ୍କ ଜୀବନ

ଧୋକା ଦେଲା ଆମ୍ବୁଲାନ୍ସ । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଉଡ଼ିଗଲା ରୋଗୀଙ୍କ ପ୍ରାଣବାୟୁ । କଟକରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ନିଶ୍ଚିନ୍ତକୋଇଲି ଜିଗ୍ନିପୁର ଗାଁର ପ୍ରଦ୍ୟୁମ୍ନ ଓରଫ୍ ଶିବୁ ଅସୁସ୍ଥ ହେବା ପରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌  କରିଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ ପହଞ୍ଚିବା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଉଥିଲା । କିନ୍ତୁ ପାଗା ଛକ ନିକଟରେ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ୧ ଘଣ୍ଟା ଯାଏ ରାସ୍ତାରେ ଛଟପଟ ହୋଇଥିଲେ ପ୍ରଦ୍ୟୁମ୍ନ । ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଚିକିତ୍ସା ମିଳିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆମ୍ବୁଲାନ୍ସ ଖରାପ ହୋଇ ଅଟକିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପରିବାର ଲୋକେ ରୋଗୀ ମୃତ୍ୟୁ ପାଇଁ ଆମ୍ବୁଲାନ୍ସକୁ ଦାୟୀ କରିଛନ୍ତି ।